STORYMIRROR

Anirudha Kund

Classics

4  

Anirudha Kund

Classics

ହଠିଆ ଠାକୁର

ହଠିଆ ଠାକୁର

1 min
23.7K

ଯମୁନାର କୁଳେ କଦମ୍ବର ମୂଳେ

  ଖେଳୁଥିଲେ ବଂଶୀଧର 

ବାଟ ଘାଟ ଅବା ଗାଧୁଆର ତୁଠ

   ଗୋପୀ ହେଲେ ଥରହର


ବଡ ସେ ହଠିଆ ଭାଙ୍ଗିଲା ମାଠିଆ

   ନଚାଇ ରେ ଗୋପପୁର 

ପ୍ରେମେ ଡାକୁଥିଲେ ଗୋପୀ ଧର ଧର

   ଭାଗୁଛି କାଳିଆ ଚୋର


ଆଙ୍ଗୁଠି ରେ ଧରି ଗୋବର୍ଦ୍ଧନ ଗିରି

    ନାଶି ଇନ୍ଦ୍ର ଅହଂକାର

ଦେଖାଇ ଦେଲା ସେ ହଠିଆ ପଣକୁ

    ଗୋପୀଜନ ପୁରନ୍ଦର

     

କାହାକୁ ମାରୁଛି କାହାକୁ ତାରୁଛି

   ସବୁ ଲୀଳା ତ ତାହାର

ଭାବକୁ ନିକଟ ଅଭାବକୁ ଦୂର

    ସେହି ହଠିଆ ଠାକୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics