Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anirudha Kund

Classics

3  

Anirudha Kund

Classics

ନୀଳାଦ୍ରି ବିହାରୀ

ନୀଳାଦ୍ରି ବିହାରୀ

1 min
158



ନୀଳାଦ୍ରି ବିହାରୀ ଶୁଣ ମୋ ଗୁହାରି 

   ମୁହିଁ ପରା ତୁମ ଦାସ 

ଦାସ ଦୋଷ କଣ ଧରିବେ ଆପଣ 

  କୁହ ଆହେ ପୀତବାସ ।


ଦେଖି ଦୋଷ ଯଦି ଭାବ ଅପରାଧୀ 

   ଯିବିନି ହୋ ତୁମ ପାଶ 

ତୁମରି ଶ୍ରୀମୁଖ ଦେଖିଲେ ବିମୁଖ 

   ଲାଗୁଛି ମୋତେ ନିରାଶ 

ତୁମରି ବଧିର କରାଏ ଅଧୀର 

  ଛାଡ଼ ତୁମ ରାଗ ରୋଷ ।


ଅକ୍ଷୟ କୃପାରୁ କ୍ଷୟ ହୋଇବ କି 

  ଟିକିଏ କଲେ ଆଶିଷ 

ଥରେ ଦିଅ ଚାହିଁ ଦାସକୁ ଅନାଇ 

  ମେଣ୍ଟୁ ମୋର ସର୍ବ ଶୋଷ 

ହୃଦୟରେ ଭରୁ ପୀରତି ରେ ଭରା 

  ଅଧା ଅଧର ର ହସ ।


Rate this content
Log in

Similar oriya poem from Classics