STORYMIRROR

Anirudha Kund

Classics

4  

Anirudha Kund

Classics

କେବେ ଉଠିବେ ବେଣୁପାଣି

କେବେ ଉଠିବେ ବେଣୁପାଣି

1 min
365


କିଏ ଲୋ ଅବଢ଼ା ବାଢ଼ି ଆଣି ଦେବ 

   ଦେବ ମୋତେ ଟଂକ ତୋରାଣି 

ଜ୍ୱର ରେ ପଡିଛି କହ୍ନେଇ ମୋହର 

   ଦେହେ ତା' ଖଇ ଫୁଟିଲାଣି ॥୦॥


ଗାଧେଇ ଗାଧେଇ ପଡ଼ିଅଛି ଶୋଇ 

   ଥକା ମାରି ନୀଳମଣି 

ଅଣାକାର ମୋର ଅଣାୟତ ଆଜି 

   କାହାକୁ ଦର୍ଶନ ଦେଉନି 

ଝୁରେ ଶ୍ରୀମନ୍ଦିର ଝୁରେ ଭକ୍ତ ତାର 

  କେବେ ଉଠିବେ ବେଣୁପାଣି ॥୧॥

 

ବହୁଦିନ ହେଲା ଗୁଣ୍ଡିଚା ମାଆ କୁ 

  ଆମ କହ୍ନେଇ ତ ଦେଖିନି 

ଅରୁଚି ଧରିଛି  ପାଟିକୁ ତାହାର 

  କାହ୍ନୁ ଉଣ୍ଡାଳେ ମା ର କାନି

ହୋଇଲେ ଲୋ ଭଲ ମା ପାଖ ଧାଇଁବ 

  ଗାଁ ତାକୁ ବାଇଆ କଲାଣି ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics