କରିନିଅ ଆପଣାର
କରିନିଅ ଆପଣାର
ଆହେ ଜଗନ୍ନାଥ ଜଗତ ଠାକୁର
ହୁଅନି ଆଉ ନିଷ୍ଠୁର
ତୁମେ ମୋ ସାମନ୍ତ ମୁଁ ତୁମ ଦାସ
କରି ପାରିବ କି ପର ।
ମାୟାର ଜଞ୍ଜାଳେ କ୍ଷଣେ କ୍ଷଣେ ଜଳେ
ଲାଗେ ମୋତେ ଭାରି ଡର
ଡାକୁଛି ଠାକୁରେ ମୁଁ ଅତି ଆତୁରେ
ହୁଅନି ଆଉ ବଧିର
ଜାଣୁଛି ଜାଣୁଛ ଅଜଣା ରହୁଛ
ମୋ ଲାଗି ଏ କି ବିଚାର ।
ତୁମ ବିନା ଆଉ କିଏ ମହାବାହୁ
ପୀଡ଼ାକୁ ବୁଝିବ ମୋର
ଆହେ ଚକ୍ରଧର କରୁଣା ଭଣ୍ଡାର
କରୁଣା ମୋତେ ତ କର
ଚରଣେ ତୁମ୍ବର ଶରଣ ପଶିଲି
କରି ନିଅ ଆପଣାର ।