STORYMIRROR

Anirudha Kund

Classics

4  

Anirudha Kund

Classics

ଏତିକି ମୋ ନିବେଦନ

ଏତିକି ମୋ ନିବେଦନ

1 min
351

ବିଧିର ବିଧାନ କରୁଣା ନିଦାନ 

    ଆହେ ପତିତ ପାବନ 

ରାଧିକା ରମଣ ଜଗତ ଜୀବନ 

    ଗୋପୀ ପରାଣ  ଧନ 


କାଳିଆ ବାମନ ମଦନ ମୋହନ 

     ହରି କାଳୀୟ ଦମନ 

ଗରବ  ଗଞ୍ଜନ  ମଧୁ ନିକୁଞ୍ଜନ 

    ପ୍ରଭୁ ଜଗତ କଲ୍ୟାଣ 

ଚିତ୍ତ ବିନୋଦନ ଚିତ୍ତ ଚୋର ଧନ 

   ସର୍ବ କାରଣ କରଣ


ସତ୍ୟ ସନାତନ ତୁମେ ଚିରନ୍ତନ 

     ପ୍ରଭୁ ନିତ୍ୟ ବୃନ୍ଦାବନ

ଅନିରୁଦ୍ଧ ମନ କରଇ କିର୍ତ୍ତନ 

    କାଳିଆ ମୋର ଜୀବନ 

ଉଡି ଗଲେ ପ୍ରାଣ କୋଳେଇବୁ ଧନ

  ଏତିକି ମୋ ନିବେଦନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics