ଏତିକି ମୋ ନିବେଦନ
ଏତିକି ମୋ ନିବେଦନ


ବିଧିର ବିଧାନ କରୁଣା ନିଦାନ
ଆହେ ପତିତ ପାବନ
ରାଧିକା ରମଣ ଜଗତ ଜୀବନ
ଗୋପୀ ପରାଣ ଧନ
କାଳିଆ ବାମନ ମଦନ ମୋହନ
ହରି କାଳୀୟ ଦମନ
ଗରବ ଗଞ୍ଜନ ମଧୁ ନିକୁଞ୍ଜନ
ପ୍ରଭୁ ଜଗତ କଲ୍ୟାଣ
ଚିତ୍ତ ବିନୋଦନ ଚିତ୍ତ ଚୋର ଧନ
ସର୍ବ କାରଣ କରଣ
ସତ୍ୟ ସନାତନ ତୁମେ ଚିରନ୍ତନ
ପ୍ରଭୁ ନିତ୍ୟ ବୃନ୍ଦାବନ
ଅନିରୁଦ୍ଧ ମନ କରଇ କିର୍ତ୍ତନ
କାଳିଆ ମୋର ଜୀବନ
ଉଡି ଗଲେ ପ୍ରାଣ କୋଳେଇବୁ ଧନ
ଏତିକି ମୋ ନିବେଦନ