Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Classics

3  

Ranjan Kumar Brahma

Classics

ନୂଆଖାଇ

ନୂଆଖାଇ

1 min
29



ପ୍ରକୃତି ପୁତ୍ର ଶ୍ରୀଗଣେଶଙ୍କୁ ନେଇ


ନଚାଇ ପ୍ରକୃତି ରାଣୀ ।


ଶୀତଳ ସମୀରେ ଚହଲିଲା ମନ


ଶୁଭିଲା ଶଙ୍ଖରଧ୍ୱନି ।।୧।।



ପୂଜା ପରବର ସମ୍ଭାର ସାଥିରେ


ନୂଆଖାଇ ପାଦଦେଲା ।


ତା ସନ୍ତାନ ତୁଣ୍ଡେ ନବାନ୍ନ ଛୁଆଁଇ


ପ୍ରାଣକୁ ଶୀତଳ କଲା ।।୨।।



ବଡଙ୍କୁ ସମ୍ମାନ ସାନଙ୍କୁ ଆଦର


ଶିଖାଇ ମମତା ମୟୀ ।


କୋମଳ ଅଙ୍ଗରେ ବଳ ବୀର୍ଯ୍ୟ ଦେଲା


ସଜାଇ ତା' ଅଙ୍କ ମହୀ ।।୩।। 



ଜାଗିବେ ସନ୍ତାନ ଜଗିବେ ତା' ମାନ 


ରଖିବେ ପଣତ କୋଳ ।


ରଙ୍ଗବତୀ ଗୀତେ ନାଚିବେ ତା' ପିଲା


କରି ମେଳି ଖେଳି ଖେଳ ।।୪।।



ମା' ମନ ଝୁମେରେ ସନ୍ତାନ ଖୁସିରେ


ପ୍ରଗତିରେ ସାଥେ ସାଥେ ।


ଆଶୀର୍ବାଦ କରେ ମା' ସମଲାଇ


ସଦା ଜାତି ଦେଶ ପାଖେ ।।୫।


Rate this content
Log in

Similar oriya poem from Classics