STORYMIRROR

Krushnapriya Mohapatra

Abstract Classics Others

4  

Krushnapriya Mohapatra

Abstract Classics Others

ମୋ ଓଡିଶା

ମୋ ଓଡିଶା

1 min
288

ଗରୀବ ରାଇଜ ଗରୀବ ଜନତା

      ଓଡିଶା କୁ କହି କହି,

ଲୁଟୁଛନ୍ତି ଯେତେ ଦଲାଲ ମାଫିଆ

        ଘରକୁ ନିଅନ୍ତି ବୋହି।

ମାତୃଭୂମି ମୋର ଓଡିଶା ମାଟି ଯେ

        ଧନଧାନ୍ୟେ ପରିପୂର୍ଣ୍ଣା

ଖଣି ଖାଦାନ ଓ ଜଙ୍ଗଲ ସମ୍ପଦେ

       ନାହିଁ କା ସଙ୍ଗେ ତୁଳନା।

କଳା ହସ୍ତ ଶିଳ୍ପ ପର୍ଯ୍ୟଟନ କ୍ଷେତ୍ରେ

     ଅଦ୍ୱିତୀୟା ମୋର ମାଆ

ତଥାପି ତାହାକୁ କହନ୍ତି ଗରୀବ

      ଲୁଟି ନେଇଯାଇ କିଆଁ।

ସୁଜଳା ସୁଫଳା ଶସ୍ୟ ଶ୍ୟାମଳା

        ମାଆର ପଣତ ଦେଖ

କାହିଁକି କହୁଛ ଗରୀବ ତାହାକୁ

         ଅନ୍ୟ ରାଜ୍ୟୁ ଟିକେ ଶିଖ।

ଏଇ ସେ ରାଇଜ ଯା ସାଧବ ପୁଅ

        ଜାଭା ସୁମାତ୍ରାକୁ ଯାଇ

ବଣିଜ ବେପାର କରି ଆଣୁଥିଲା

       ଧନ ରତ୍ନ କେତେ ବୋହି।

ଯେଉଁ ରାଜ୍ୟ ନେତା ଜଗତ କରତା

       ସ୍ୱୟଂ ଐଶ୍ଚର୍ଯ୍ୟ ସମ୍ରାଟ

କୋଟି ଭକତ ଙ୍କୁ ଦର୍ଶନ ଦିଅନ୍ତି

       ସୁବର୍ଣ୍ଣ ହୋଇ ମଣ୍ଡିତ।

ଯାହାର ମନ୍ଦିରେ ବାରମାସେ ହୁଏ

      ତେର ପରବ ପାଳିତ।

ସେଇ ଠାକୁରଙ୍କ ଶରଣ ରେ ରହି

      ଦୁଃଖୀ କାହିଁ ହେବୁ ସତ।

ଧର୍ମ ଆଧ୍ୟାତ୍ମିକ ,ତପସ୍ୱୀ ସାଧକ

      ଧର୍ମ ପ୍ରଚାର ନିମନ୍ତେ

କରିଛନ୍ତି କେତେ ମହାନ କରମ

       ଭୁଲିବା ଆମେ କେମନ୍ତେ।

ଆମ ମାତୃଭୂମୀ ,ଭାଷା ତା ମଧୁର

       ବଳିଷ୍ଠ, ଅଟଇ ଅତି।

ତାର ରକ୍ଷା ପାଇଁ କରିବା ପ୍ରତିଜ୍ଞା

       ରକ୍ଷା ହେବ ତା ସଂସ୍କୃତି।

ମୋ ରାଜ୍ୟ ମହାନ, ଭାଷା ତା ମହାନ

         ମହାନ ମୋ ରାଜ୍ୟ ବାସୀ।

 ପୁର୍ବ ଗୌରବ ଫେରେଇ ଆଣିବା

          ହୋଇ ଆମେ ଅଭିଳାଷୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract