STORYMIRROR

ଲିମନ ଦିଦି

Abstract

4  

ଲିମନ ଦିଦି

Abstract

ଜଗା ତୋର ଡୋରି

ଜଗା ତୋର ଡୋରି

1 min
332


ଜଗା ତୋର ଡୋରି ଲଗାରେ (୨)

ତୋ ଧାମକୁ ଯାଇ ରଥ ଟାଣି ଦେଇ

ତୁଟାଇଣ ଦେବି ସବୁ ବାଧାରେ.....

ଜଗା ତୋର.......।


ତୋ ପାଇଁ କି ଭକତି ନେବି

ଭାବରେ ଭାବରେ ସମର୍ପିଦେବି

ମନ ଅଶ୍ୱ ମୋର ଉଚ୍ଚାଟ ହେଲାଣି

ବନ୍ଧାଇଣ ଦେବି ତୋର ପଘାରେ.......

ଜଗା ତୋର.......।


ଭକତ ମେଳରେ ରହି

ଡୋଳାକୁ ଅନାଇଁ ଦେଇ

ଲୁହ ଢାଳି ଢାଳି ହାତ କରି ମେଳି

ଦୁଃଖ ବାଢୁଥିବି କେଡେ ଶ୍ରଦ୍ଧାରେ........

ଜଗା ତୋର ........।


ତୁ ଯିବୁ ମାଉସୀ ଘର

ମୁଁ ଯିବି ଲକ୍ଷ୍ମୀ ମନ୍ଦିର

ମାଆକୁ ମୋହର ବୁଝାଇ ସତ୍ତ୍ବର

ବାହୁଡି ଆସିବି ନିଜ ରାସ୍ତାରେ.......

ଜଗା ତୋର......।।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract