ରାସ୍ତା ଏପଟୁ
ରାସ୍ତା ଏପଟୁ
ରାସ୍ତା ଏପଟେ ମୁଁ ସେପଟେ ତୁ
ସ୍ନାନ ବେଦୀରେ ଜଗା ଦର୍ଶନ ଭଳି
ଖାଲି ଚାରି ଆଖି ମିଶୁଥାଏ
ପୁଣି ଭିଡରେ କିଛି କ୍ଷଣ
ଆଖି ଖୋଜିଲା ଖୋଜିଲା ହୁଏ
ନା ଛୁଇଁ ହୁଏ, ନା କିଛି କହି ହୁଏ
ହୃଦୟଟା ଯାହା କୁହୁଳୁଥାଏ
ଜନ ଗହଳି ହେଲେ ବି
ଆଖି ଜକେଇ ଯାଏ
ଜାଣେ
ତୋ ଆଖିକୁ ତୁ ଆୟତ୍ତ କରିନେଉ
ହେଲେ
ମୋ ଆଖିର ଯନ୍ତ୍ରଣା କ'ଣ ତୁ ସହିପାରୁ ।
