Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଲିମନ ଦିଦି

Romance

3  

ଲିମନ ଦିଦି

Romance

ତୁମେ ମୋର ବୋଲି

ତୁମେ ମୋର ବୋଲି

1 min
157



କେବେ ବି ଭାବି ନଥିଲି

ବୟସର ଅପରାହ୍ନରେ

ତୁମ ସହ ଦେଖା ହେବ ବୋଲି

ଆଶ୍ଚର୍ଯ୍ୟାନ୍ବିତ ଚକ୍ଷୁରେ

ବେଦନାଭରା ହୃଦୟରେ ଦେଖିଲି

ତୁମ ମଥା ଅଛି ଖାଲି

ପଚାରିବା ପୂର୍ବରୁ କିଛି ନ ପାଇ ଦୂର ରାଇଜେ

ଆହୁରି ଚକିତ ହୋଇ ଉଠିଲି

ଦେଖି ତୁମ ଓଠେ ହସର ଗହଳି

ସ୍ତମ୍ଭିଭୂତ ହୋଇଗଲି

ତୁମେ ହେଲ କି ପାଗଳୀ ।

ହସି ହସି ଆଖିରୁ ଲୁହ ଢାଳି

କହିଲ କାହାଣୀ ଖୋଲି

"ବିଭା ହେବାକୁ ଥିବା ପୁଅଟା

ଆଉ ଗୋଟେ ଧରି ଗଲା ଚାଲି

ତୁମକୁ ଖୋଜି ଆସିଥିଲି

ନ ପାଇ ଦୂର ରାଇଜେ ଗଲି

ଏଇ ତ ଫେରୁଥିଲି

ତୁମ କଥା ଭାଳି ଭାଳି

ବୋଧହୁଏ ସେହି କଥା ସତ

ତୁମେ ସଦା କହୁଥାଅ

ତୁମେ ମୋର ବୋଲି ।


Rate this content
Log in

Similar oriya poem from Romance