STORYMIRROR

ଲିମନ ଦିଦି

Abstract

3  

ଲିମନ ଦିଦି

Abstract

ଚାଲ୍ ଆଉଥରେ

ଚାଲ୍ ଆଉଥରେ

1 min
156


ଚାଲ୍ ଆଉ ଥରେ ଆରମ୍ଭ କରିବା

ଆମ ହୃଦୟ ର ଆତ୍ମୀୟତା କୁ, 

ଲକ୍ଷ୍ମୀଙ୍କ ଦୁଆରେ ଜଗନ୍ନାଥ ବଳଭଦ୍ର

ବେଦ ଧ୍ବନି କଲା ପରି।


ଚାଲ୍ ଆଉ ଥରେ ଫେରିଯିବା

ଆମ ଆଳାପ ର ଗୋପନୀୟତା କୁ,

ଧନୁଯାତ୍ରା ଉତ୍ସବରେ

କୃଷ୍ଣ ମଥୁରା ଗଲା ସରି।


ଚାଲ୍ ଆଉ ଥରେ ସାଉଁଟି ନେବା

ଆମ ମିଠା ମିଠା ଇସାରା କୁ

ଚଉଦ ବର୍ଷ ବନବାସ ପରେ

ରାମ ଅଯୋଧ୍ୟା ଫେରିଲା ଭଳି।


ଚାଲ୍ ଆଉ ଥରେ ଭାଙ୍ଗି ଦେବା

ଆମ ସାଇତା ସ୍ମୃତି ଭଣ୍ଡାର କୁ

ଦେଖିବୁ ତିନି ଯୁଗ ସରିଲା ପରେ

ଆମ ପ୍ରେମରେ ବି 

ସତ୍ୟ ଯୁଗ ଆସିବ ଚାଲି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract