STORYMIRROR

ଲିମନ ଦିଦି

Abstract

3  

ଲିମନ ଦିଦି

Abstract

କାଳିଆର ଆଖି ଠାର

କାଳିଆର ଆଖି ଠାର

1 min
152


ଗରୁଡ଼ ଖମ୍ବ ଆଗରେ ଠିଆ ହୋଇ

ଦେଖୁଥାଏ କାଳିଆକୁ

କାଳିଆ ବି ମୋତେ;

ଭକତମାନେ ପାହାଚ ଉପରକୁ ଚଢି

ତଳକୁ ଓହ୍ଲାଉଥାନ୍ତି

ସେହି କଳା ମୁଣ୍ଡ ଗୁଡାକ

ଉପର ତଳ ହେଉନଥିଲେ ଯେ

ବୋଧ ହେଲା

କାଳିଆ ଆଖି ଠାରି ଠାରି

ପାଖକୁ ଡାକୁଛି

କ୍ଷଣକେ ଅନେକ ସମୟ 

ବିତିଗଲା ରହିଗଲା

ଆହୁରି ଅସରନ୍ତି

ଭାବ ବିନିମୟ

ତଥାପି କହିଛି

ତା' ନୂଆ ଗାଡି ତିଆରି ହେଲେ

ଡାକିବ ନିଶ୍ଚୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract