ସବୁ ତୁ
ସବୁ ତୁ
1 min
189
ତୁ ତ ମୋ ବୋଉ
କହିବା ଆଗରୁ ମନ ବୁଝି ନେଉ....
ତୁ ତ ମୋ ବାପା
କହିବା ଆଗରୁ ସବୁ ଖଞ୍ଜିଥାଉ......
ତୁ ତ ମୋ ଭାଇ
ସୁରକ୍ଷା ଚିନ୍ତା ଚିର ଥାଇ....
ତୁ ତ ମୋ ଭଉଣୀ
ଜାଣୁ କ'ଣ ଲୋଡା ମୋ ପାଇଁ....
ତୁ ତ ମୋ ଚିର ସାଥି
ପ୍ରତ୍ଯକ୍ଷରେ ପରୋକ୍ଷରେ ଥାଉ ସାଥିରେ....
ତୁ ତ ମୋ BEST ସାଙ୍ଗ
ଭଲ ମନ୍ଦ ବୁଝୁ ପ୍ରତି ମୁହୂର୍ତ୍ତରେ.....
ତୁ ତ ମୋ ପୁଅ
ଅନ୍ଧର ଲଉଡିଠୁ ବି ଅଧିକ .......
ତୁ ତ ମୋ ଝିଅ
ତୋ ପାଇଁ ମୋ କଷ୍ଟ କ୍ଷଣିକ......
ତୁ ତ ମୋ ପାଇଁ ଏତେ ଯତ୍ନଶୀଳ
ଛୁଇଁପାରିବନି ମୃତ୍ୟୁ........
ଦୁନିଆର ଯେତେ ଆନନ୍ଦ ଠୁଳ ତୋ ଠାରେ
ତେଣୁ ମୋ ପାଇଁ ସବୁ ତୁ........
