ଦଶହରା
ଦଶହରା


ଆଜି ଦଶହରା ପବିତ୍ର ପରବ
ଆସିଛି ବରଷେ ଥରେ
ଅନ୍ୟ ନାମ ଯାର ବିଜୟା ଦଶମୀ
ଭାରତୀୟ ସଂସ୍କୃତି ରେ ।
ଗରିମା ମୟ ଏ ପରବ ଭାବ ରେ
ସାରା ଦେଶ ରେ ପାଳିତ
ଦେବୀ ମହା ମାୟୀ ମହିଷାମର୍ଧିନି
ଏ ଦିନେ ହୋନ୍ତି ପୂଜିତ ।
ତ୍ରେତୟା ଯୁଗ ରୁ ପାଳିତ ହେଉଛି
ପ୍ରତି ବର୍ଷ ଏ ଉସ୍ରବ
ଭକ୍ତି ଭରେ ଦେବୀ ଦୁର୍ଗା ଙ୍କୁ ପୂଜିବେ
ପୟରେ ଭକତି ଭାବ ।
ଧରିକି ନମିବେ ମହା ଗୌରୀ ଚଣ୍ଡୀ
ନମୋ ନମଃ ଦୁର୍ଗା ମାତ
ଶକ୍ତି ସ୍ୱରୂପା ଗୋ ପାଳୁଛୁ ପରବ
କରି ତୋ ପାର୍ବଣ ଯାତ ।
ବର ଦାୟିନୀ ଲୋ ପରମ କଲ୍ୟାଣୀ
ଶାର୍ଦ୍ଦୁଳ ବାହିନୀ ମାଆ
ବର ଶୁଭାଶିଷ ବର୍ଷା ଲୋ ଅଶେଷ
ଆସିଛି ଆଜି ବିଜୟା ।