Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Romance Classics

3  

Satyanarayan Sahoo

Abstract Romance Classics

ଅପର୍ଣ୍ଣା ଦେଵୀ

ଅପର୍ଣ୍ଣା ଦେଵୀ

1 min
2



ପୁରୀ ଜିଲ୍ଲା ବୀରଭଦ୍ର ପୁର ଗ୍ରାମେ

ଜନ୍ମି ଥିଲ ହେ ଅପର୍ଣ୍ଣା ଦେଵୀ ତୁମେ ।

ଧର୍ମ ଧ୍ୱଜୀ ଅନ୍ଧ ପେଚକ ସମାଜେ

ସହି ବହୁ ଦୁଃଖ ନିର୍ଯ୍ୟାତନା ଧୈଯ୍ୟେ ।

ଅଗ୍ରସର ହେଲ ସାହିତ୍ୟ ସାଧନେ

ରଚିଲ ପ୍ରକୃଷ୍ଟ କୀର୍ତ୍ତି ରାଜି ତୁମେ ।

ପିତା ବୈଦ୍ୟ ନାଥ ମାତା ଦୁର୍ଗା ଦେଵୀ

ଙ୍କର ତୁମେ ଥିଲ ସୁଯୋଗ୍ୟ ସନ୍ତତି ।

ଉଜ୍ବଳ କରିଲ ଉତ୍କଳ ସାହିତ୍ୟ

କବି କଳ୍ପ ଲତା ଉପାଧି ଲଭିଲ ।

" ବନ ମାଳିନୀ " , " ଆର୍ଯ୍ୟ ଲଳନା " , " ଚିନ୍ତା "

ଅମିତ୍ରା କ୍ଷର ରେ କାବ୍ୟ ସେ " ସଂଯୁକ୍ତା " ।

ସହିତ ବହୁତ " ଇନ୍ଦୁମତି " ଆଦି

" ଶତଦଳ " କାବ୍ୟ ଯାଇଛ ସମ୍ପାଦି ।

" ଦଶ କୁମାର ଚରିତ " ଶିଶୁ ଗଳ୍ପ

ଶିଶୁ ଙ୍କୁ ଦିଅଇ ଶିକ୍ଷା ସେ ଅମାପ ।

ଦେବୀ ରାଣୀ କାବ୍ୟେ ଆଦର୍ଶ ପ୍ରକାଶି

ପ୍ରକୃତି ବର୍ଣ୍ଣନା କାବ୍ୟ " ବାରମାସୀ " ।

ସାଥେ ବହୁ ଅପ୍ରକାଶିତ ଲେଖା ରେ

ସମାଜ ଜୀବନ ଆଲେଖ୍ୟ ପ୍ରଚାରେ ।

ରତ ରହି ଥିଲ ନିତି ଅଭିନବ

ଲାଲିତ୍ୟ ଶୋଭିତ ବିଭା ସୌଉଷ୍ଠବ ।

ବିମଣ୍ଡିତ କରି ସୃଷ୍ଟି ରାଜି ତୁମ

ଉତ୍କଳ ସାହିତ୍ୟେ ଲଭିଲ ସୁନାମ ।

ଧନ୍ୟ ହେ ଅପର୍ଣ୍ଣl ଦେବୀ ତୁମ କୀର୍ତ୍ତି

ସାହିତ୍ୟ ଆକାଶେ ଗୌରବ ର ଦୀପ୍ତି ।

ନାରୀ ସମାଜ ର ଉଦ୍ଧାର ଉତ୍ଥାନ

ପାଇଁ ବ୍ରତୀ ଥିଲ ତୁମେ ଆଜୀବନ ।

ଘେନ ପ୍ରଣିପାତ ଭକ୍ତି ନୈବେଦ୍ୟ କୁ

 ଅର୍ପଣ କରୁଛି ଆଜି ମୁଁ ତୁମକୁ ।


Rate this content
Log in

Similar oriya poem from Abstract