STORYMIRROR

Balabanta Sahu

Inspirational Abstract

3  

Balabanta Sahu

Inspirational Abstract

ଲଙ୍ଗଳ ମୁନ

ଲଙ୍ଗଳ ମୁନ

1 min
12.8K


ହ...ହ....

ଗୋଟ...ଗୋଟ...

ଏମିତି କିଛି ଶବ୍ଦ ସାଥୀରେ

କାଳିଆ କସରା ଆଗେ ଆଗେ

ଚାଷୀ ଭାଇ ପଛେ ପଛେ

ତା' ମଝିରେ ଲଙ୍ଗଳ ମୁନ

ଯେଉଁ ମୁନରେ ନିର୍ଦ୍ଧାରିତ ହେଉଛି

ତା'ପରିବାରର ଚାରି କପାଳର ଭାଗ୍ୟରେଖା।

ଯେଉଁ ମୁନ ମାଟି ମାଆର ବକ୍ଷକୁ ଚିରି

ଭିତର ମାଟିର ଉଷ୍ନତା ଓ ଉପର ମାଟିର ଶୀତଲତା ମଧ୍ୟରେ

କରାଉଛି ଶୀତଳ ଯୁଦ୍ଧ ,

ପ୍ରସ୍ତୁତ କରୁଛି ମାଆ ପାଇଁ ସବୁଜ ପାଟଶାଢ଼ୀ ।

ସେହି ମୁନକୁ କେହିବି ପାରିବେନି ଅଟକାଇ

ପାରିବନି ପ୍ରକୃତି

ପାରିବନି ଏ ବିଶାଳ ମଣିଷ ଜାତି

ନା ପାରିବ ଅଟକାଇ ,ଗ୍ରୀଷ୍ମର ତାତି

ନା ପାରିବ ,ବର୍ଷାର ଘଡଘଡି ବିଜୁଳି ଶକ୍ତି

ନା ପାରିବ , ଶୀତର କାକର ରାତି ।

ଏ ମୁନ ଏମିତି ଚାଲୁଥିବ

ଅବ୍ୟାହତ ଓ ଅନବରତ ଭାବେ

ସୁଖରେ ବି ଦୁଃଖରେ ବି

ହସରେ ବି କାନ୍ଦରେ ବି

ଭାବରେ ବି ଅଭାବରେ ବି

ଯୌବନରେ ବି ବୃଦ୍ଧରେ ବି

ଏପରିକି ସମାଜ ସଙ୍ଗରେ ହେଉକି ନିସଙ୍ଗରେ ବି ।

ଏ ମୁନ ଏମିତି ଚାଲୁଥିବ

ଦେଉଥିବ ସଭିଙ୍କୁ, ସବୁକିଛି

ଶରୀରରେ ଚଦର ଠାରୁ ଉଦରରେ ଆହାର ପର୍ଯ୍ୟନ୍ତ ,

ଯେ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଭୋକିଲା ପେଟ

ଉଭେଇ ନ ଯିବ ,

ପ୍ରତି ପେଟରେ ଦାନା ପଡିବ,ପ୍ରତି ମୁଖରେ ହସ  

ଏ ମୁନ କେବେ ଥକିବନି କେବେ

ତା'ସହ କେହିବି ଥକିବେନି

ନା ଥକିଯିବେ କାଳିଆ କସରା

ନା ଥକିଯିବେ ଚଷା ଭାଇ

ନା ଥକିବ ନିଜେ(ଲଙ୍ଗଳ ମୁନ)

ବରଂ ଚନ୍ଦ୍ର ସୂର୍ଯ୍ୟ ଥକିଯିବେ...ହାରିଯିବେ

କିନ୍ତୁ ଏ ମୁନ ଥକିବନି...ହାରିବନି...

ଦିନ ଆସିବ ସେ ଜିତିବ...।

ବଲବନ୍ତ ସାହୁ(ବବଲୁ)

ଭୂଷଲାର୍ଡ,ସିନ୍ଧେକେଲା, ବଲାଙ୍ଗୀର

ଦୂରଭାଷ-9078105234


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational