STORYMIRROR

Balabanta Sahu

Others

3  

Balabanta Sahu

Others

ପାଗ

ପାଗ

1 min
269


ଓଏ ସୁଂଦରୀ !

ପାଣି ଗରମ କରନି ଆଉ

ଗରମ ପାଣିରେ ପୋଡାଯାଇପାରେନି ଘର ।


ଅଗଣିତ ପର ନିର୍ଦ୍ଧାରିତ ହେଲେ ଇ

ପ୍ରସ୍ତୁତ ହୁଏ ଘର ;

ଘର , ଛାତ ତଳର ହେଉ

ଅବା ଛାତି ତଳ ହୃଦୟର ।


ତମେ ଭାବୁଥିବ ! ମୁଁ ରାଗିଛି..

ହେଲେ ତମେ ଜାଣିନ ବୋଧେ

ରାଗ ଗୋଟେ ବ୍ୟସ୍ତତା ବାତ୍ୟାର ପାଗ

ପ୍ରେମ ଜଳବାୟୁ ଅନ୍ତର୍ଗତ ।


ମୁଁ ରାଗିଛି ଭାବି

ତମେ ଯଦି ସତରେ ରାଗିଛ

ଆସନ୍ତା ସୋମବାରରେ ଯିବ ଶିବ ମନ୍ଦିର

ସେଇଠି ଶହେ ଆଠ ବେଳପତ୍ର ଚଢେଇବାର କିଂବା

ଦୁଇ ଲିଟର କ୍ଷୀର ଢାଳିବାର କୌଣସି ଦରକାର ନାହିଁ

ପାରିବ ଯଦି ନିଜକୁ ଚଢେଇ ଦେବ ଆଉ ନିଜକୁ ଇ ଢାଳିଦେବ ;

ଆଉ ଯଦି ରାଗିବାର ଅଭିନୟ କରୁଛ

ବସ୍ ଧରି ପଳେଇ ଆସିବ ସିଧା ଆମ ପ୍ରେମପୁର ଗାଁ'କୁ ।


ଦେଖିବ..ଆମ ଜଳବାୟୁରେ

ପ୍ରେମପାଗ କିପରି ଲାଗିରହେ ବର୍ଷସାରା

ଆଜାଦ୍ ହୋଇ କିପରି ଉଡୁଥାଏ ପ୍ରେମପାରା ;

ଆଉ ଫିସ୍ ଫିସ୍ କାଟି ହୋଇଯାଉଥାଏ

ପ୍ରେମୀ ଯୁଗଳଙ୍କ ଦେହ ଆଉ ମନର

ଏଇମିତି ମାଳ ମାଳ ରାଗ , ରୋଷ , ମୋହ ଓ ମାୟା ।


କ..ଅ..ଣ ଭାବୁଥିବନା , ଆସିବ ବି

ଆସ...ଡରିବାର କିଛି ନାହିଁ

ଏଠି ପ୍ରେମୀଯୁଗଲଙ୍କ ଟୁପୁରଫୁସୁର ଶୁଣି ଇ

ଜହ୍ନ ବ୍ୟତିରେକ ଶୋଇପଡନ୍ତି

ଅନ୍ୟ ସମସ୍ତ ହୃଦୟଯୁକ୍ତ ଜୀବ ।


ଅପେକ୍ଷାରେ ରହିଲି ସେଇ ମୁହୂର୍ତ୍ତକୁ

ଯେଉଁଠି ଜହ୍ନ , ତମ ଓ ମୋ ବିନା

ନଥିବେ ଅନ୍ୟ କେହି ;

ଜୋଛନା ପଡିଥିବ ମୁଗ କି ବିରି ଶୁଖେଇଥିଲା ଭଳି

ଆଉ ତମରି କୋଳରେ ଶୋଇଥିବି ମୁଁ'

ତମର ପ୍ରିୟଜନଟେ ହୋଇ ।

____________________


#Bab_L_U


Rate this content
Log in