Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balabanta Sahu

Others

4.0  

Balabanta Sahu

Others

ଡବାଘିଅ

ଡବାଘିଅ

1 min
2.9K


ମୋ ଅଙ୍ଗେନିଭା ଡାଏରୀର
ପ୍ରତିଟି ଫବିତାକୁ କବିତା କହି
ଯେତେ ଉସୁକାଇଲେ ,
କି ଯେତେ ମିଠା ସ୍ୱରରେ
ମୋତେ ' କବି ମହାଶୟ ' ଡାକିଲେ ବି
ମୁଁ ଠିକ୍ ଚିହ୍ନିଛି ତୁମକୁ ।

ତୁମ ପରି ପ୍ରତିଟି ଝିଅ
ଗୋଟେ ଗୋଟେ ଡବାଘିଅ
ତୁମକୁ ମୁଁ ଅବା କବିକୁଳ
ବାରଂବାର ଦେବୀ କହିଦେଲେ
ହୋଇଯିବନି ତମେ ଦିଅଁ ।

ବିଶ୍ୱାସ ଓ ନିଶ୍ୱାସବୋଲା ଗୋଟେ ଚୁମା
ତୁମକୁ ତରଳାଇ ଭାଙ୍ଗିଦେଇପାରେ ;
ଗୋଟେ ତତଲା ମୁହୂର୍ତ୍ତର ସ୍ପର୍ଶ
ତମ ନିଜତ୍ବ ଓ ଦେବୀତ୍ୱକୁ
ଜାଳିପୋଡି ଛାରଖାର କରିଦେଇପାରେ ।

ଥରେ ଆସ !
ଲେସି ହୁଅ ମୋ ' ଠି
ନିଜ ଭିତରେ ନିବୁଜ୍ କରିଦିଅ ମୋତେ ,
ସେଇଠି ଅଛି ମୋକ୍ଷ
ସେଇଠି ଅଛି ଅସଲ ଦେବୀତ୍ୱ !

ଦେଖିବ ,
ନିଜକୁ ଜଳାଞ୍ଜଳି ଦେଇ
ତୁମେ ଯେବେ ଆଲୁଅ ଯାଚୁଥିବ ;
ପୃଥିବୀର ଗାଢତମ ଅଂଧାରକୁ
ମୁଁ ନିଜର କରିସାରିଥିବି ।


Rate this content
Log in