STORYMIRROR

Dusmanta Sahu

Inspirational

4  

Dusmanta Sahu

Inspirational

ବିନାଶ କାଳେ ବିପରୀତ ବୁଦ୍ଧି

ବିନାଶ କାଳେ ବିପରୀତ ବୁଦ୍ଧି

2 mins
442



ପ୍ରକୃତିର ସୃଷ୍ଟି    ବୃକ୍ଷର ଶରୀରେ 

      ପକ୍ଷୀମାନେ ଯେ ରୁହନ୍ତି 

ବୃକ୍ଷର ଶରୀରେ  ବସା ଯେ ବାନ୍ଧିଣ 

     ଖୁସିରେ ଜୀବନ କାଟନ୍ତି "


ଏକ ବୃକ୍ଷ ମଧ୍ୟେ   ମାଛରଙ୍କା ପକ୍ଷୀ 

     ସ୍ଵାମୀ ସ୍ତ୍ରୀ କୁଆ ଥାଆନ୍ତି, 

ଉଭୟେ ଉଭୟ   ପଡୋଶୀ ଅଟନ୍ତି 

     ସମ୍ପର୍କରେ ଯେ ରହନ୍ତି "


ଖାଦ୍ୟର ଅଭାବ  ଦେଖାଦିଏ ସ୍ଥାନେ 

      କୁଆ ଦୁହେଁ ଭାବୁଥାନ୍ତି "

ମାଛରଙ୍କା ପକ୍ଷୀ  ପ୍ରଚୁର ଖାଦ୍ୟ ଯେ 

       ପୋଖରୀରୁ ପାଇଥାନ୍ତି "


କୁଆ ଦମ୍ପତିଙ୍କ    ପେଟ ନପୁରଇ 

      ବିତିଗଲା କେତେ ଦିନ, 

କଣ ଯେ କରିବେ ଭାବୁଥାନ୍ତି ମନେ 

     କେଉଁଭଳି କାଟେ ଦିନ "


ପୁରୁଷ କୁଆଟି   ମାଛରଙ୍କା ପାଖେ 

      ପହଂଚି କହିଲା ଶୁଣ, 

ମୁଁ ତୁମ ସେବକ   ସେବା ଯେ କରିବି 

      ଖାଦ୍ୟ ଦେବ ମୋତେ ପୁଣ "


ମାଛରଙ୍କା ପକ୍ଷୀ    ରାଜି ଯେ ହୋଇଲା 

      ପଡୋଶୀ ବୋଲିଣ ଭାବି, 

ସେହି ଦିନଠାରୁ    ଖାଦ୍ୟ ଯେ ଯୋଗାଏ 

      କୁଆକୁ ସେବକ ଭାବି "


ପେଟ ପୁରା ଖାଇ    ଆନନ୍ଦେ ରହିଲେ 

      କୁଆ ଦମ୍ପତି ମିଶିଣ, 

ରଙ୍କା ପକ୍ଷୀର ଯେ    ସେବକ ହୁଅନ୍ତି 

     ବସା ପରିଷ୍କାର କରିଣ "


ଏପରି ଅନେକ     ଦିନ ବିତିଗଲା 

      ପୁରୁଷ କୁଆଟି ଭାବେ, 

ହଠାତ ମନରେ     ଅଭିମାନ ହେଲା 

      ମନରେ ଭାବେ ଗରବେ "


ମନେ ବିଚାରିଲା    ମାଛରଙ୍କା ଭଳି 

       ମୋର ଗଠନ ସମାନ, 

ତାର ଥଣ୍ଟ ଅଛି      ମୋର ଥଣ୍ଟ ଅଛି 

       ଅନେକ କ୍ଷେତ୍ରରେ ସମାନ, "


ସେ ଯେ ଉଡ଼ିପାରେ    ମୁଁ ଯେ ଉଡ଼ିପାରେ 

       ସମଦୃଶ ତାହା ସହ, 

କେଉଁ ହିସାବରେ     ମୋ ଠାରୁ ଅଧିକ 

       ମୁଁ ସେବା କରିବି କୁହ "


ଏଭଳି ବିଚାରି     ପୁରୁଷ କୁଆ ଯେ 

       ବସିଥାଏ ଅପେକ୍ଷାରେ, 

ମାଛରଙ୍କା ପକ୍ଷୀ    ଫେରିଣ ଆସିଲା 

       ବସା ସଫା କରି ନାହିଁରେ "


ମାଛରଙ୍କା ପକ୍ଷୀ     କୁଆକୁ ପଚାରି 

       ସବୁ କଥା ବୁଝି ନେଲା, 

ସେବା କରିବନି     ବୋଲ କରିବନି 

       ସ୍ପଷ୍ଟ ଭାବେ କହିଦେଲା "


କେଉଁ ଗୁଣରେ ମୁଁ     ତୁମଠାରୁ ନ୍ୟୁନ 

       କରିବି ତୁମର ସେବା, 

ତୁମ ପରି ମାଛ      ଧରିଣ ଆଣିବି 

      କାହିଁକି କରିବି ସେବା "


କୁଆର ବାଣୀକୁ     ଶୁଣି ମାଛରଙ୍କା 

      ଚକିତ ହୋଇଲା ପୁଣି, 

ପାଖରେ ବସାଇ     ବୁଝାଇଲା ଯେତେ  

      କୁଆ କର୍ଣ୍ଣରେ ନଶୁଣି "


ମାଛରଙ୍କା ବାଣୀ     ହସରେ ଉଡାଇ 

     କୁଆ ହସୁଥାଏ ହସ, 

ଗରବ କରିଣ      ବାହାସ୍ପଷ୍ଟ ମାରେ   

     ମାଛ ମାରିବ ବିଶେଷ "


ଯେତେ ବୁଝାଇଲା    ବୁଝିଲା ନାହିଁ ସେ 

      କଟୁ କଥା କହିଗଲା, 

ଶେଷରେ ନିରାଶ     ହୋଇ ମାଛରଙ୍କା 

      ନିରବ ଯେ ରହିଗଲା "


କିଛି ସମୟରେ     ମାଛରଙ୍କା ଗଲା 

    ପୋଖରୀ ଯେ ଭିତରକୁ, 

ମାଛ ଧରି ଆସି     ବସାରେ ପହଂଚି 

     ଖାଉଥାଏ ମାଛମାନଙ୍କୁ "


ମାଛରଙ୍କା ପରେ     କୁଆ ବାହାରିଲା 

       ପୋଖରୀର ଅଭିମୁଖେ, 

ଜଳରେ ପଶିଣ      ଗଭୀର ଜଳକୁ 

       ପଶିଲା ହୋଇ ତଳ ମୁଖେ "


ଜଳରୁ ବାହାରି      ପାରିଲା ନାହିଁ ଯେ 

       ଅଣନିଃଶ୍ୱାସୀ ହୋଇଲା, 

ଜଳର ମଧ୍ୟରେ      ପ୍ରାଣ ଛାଡିଗଲା 

      ଜଳ ମଧ୍ୟେ ପଡି ରହିଲା "


କିଛି ସମୟରେ     ସ୍ତ୍ରୀ କୁଆଟି ଆସି 

      ମାଛରଙ୍କାକୁ ପଚାରଇ, 

ପୁରୁଷ କୁଆର      ଖବର ଜାଣିଛ 

      ମୋତେ ଦିଅ ଯେ ବତାଇ "


ମାଛରଙ୍କା କହେ    ପୁରୁଷ କୁଆର 

      ଜଳରେ ଯେ ମୃତ୍ୟୁ ହେଲା, 

ମୋ କଥା ନମାନି     ଜଳରେ ପଶିଲା 

      ଏଭଳି ମୃତ୍ୟୁ ଘଟିଲା "


ସମାଜ ମଧ୍ୟରେ     ନିଜର ଯେ କାର୍ଯ୍ୟ 

       ନିଜେ କରିବଟି ଜାଣ, 

ନହେଲେ ନିଶ୍ଚୟ     କୁଆ ଭଳି ହେବ 

      ରଖିବେନି କେହି ପୁଣ "


ସେଇଥିପାଇଁ ଯେ    କୁହାଯାଏ ଜାଣ 

       ବୁଝି ବିଚାରି କାର୍ଯ୍ୟ କଲେ, 

ସହଜେ ବିପଦ      ଆସେନି ଜୀବନେ 

      ସାବଧାନରେ ଚଳିଲେ "


ବିନାଶ କାଳରେ      ବିପରୀତ ବୁଦ୍ଧି 

      ସେଥିପାଇଁ କୁହାଯାଏ, 

ପୁରୁଷ କୁଆର      ଯେଭଳି ଅବସ୍ଥା 

      ସଦା ମନେ ରଖିଥାଏ "



Rate this content
Log in

Similar oriya poem from Inspirational