STORYMIRROR

rasmi maye pati

Inspirational

3  

rasmi maye pati

Inspirational

ବିଶ୍ଵ ମହିଳା ଦିବସ ଉପଲକ୍ଷେ

ବିଶ୍ଵ ମହିଳା ଦିବସ ଉପଲକ୍ଷେ

1 min
242

ଅନ୍ତର୍ଦଗ୍ଧ ର ସ୍ୱର-


ଏକ ପତ୍ନୀ ବ୍ରତ କରିଲେ ଶପଥ

  ରଘୁବୀରଙ୍କୁ ଜାଣିଲା ଜଗତ

ନିଶାର୍ଦ୍ଧେ ତେଜିଲେ ଘୋର ଅରଣ୍ୟରେ

  କି ସୁଖ ପାଇଲେ ଜଗତ ମାତ ।।।

ପ୍ରଜାଙ୍କ ସନ୍ଦେହ ମୋଚନ ହୋଇବ

  ପତ୍ନୀ ଦେବୀ ପରା ପଡ଼ିଲେ ବନ୍ଧା

ଅଗ୍ନି ପରୀକ୍ଷାର ହେଲେ ସମ୍ମୁଖୀନ

  ନାରୀ ଜାତି କେଡେ ହୋଇଛି ଶସ୍ତା।।।।

ମନ ଦେଇ ଥିଲେ ପାଞ୍ଚାଳୀ କର୍ଣ୍ଣଙ୍କୁ

 ସ୍ବପ୍ନ ରହିଗଲା ହୃଦ ଭିତରେ

ସବୁ ଜାଣିଥିଲେ ଅନ୍ତର୍ଯ୍ୟାମୀ ନାଥ

 ହସନ୍ତି ମୁରୁକି ମନକୁ ମୋହେ।।।

ରଚୁ ଥିଲେ ମାୟା ପ୍ରେମର ଜାଲରେ

 ମିତ୍ର ଅର୍ଜୁନଙ୍କ ସଙ୍ଗେ ଦ୍ରୌପଦୀ 

ତଥାପି ପ୍ରଭୁଙ୍କ ପରୀକ୍ଷା ସରିନି

 ପାଞ୍ଚ ପତି ସଙ୍ଗେ ଛନ୍ଦିଲେ ସଖି।।।

ଲଦି ଦେଲେ ଦୋଷ ଓଲଟି ସଖିକୁ

 ମାଗିଥିଲୁ ପରା ପାଞ୍ଚଟି ଗୁଣ

ନାରୀ ଜାତି ସଦା କର୍ତ୍ତବ୍ୟରେ ବନ୍ଧା

 ଅଧିକାର ନାହିଁ ଦେଖିବେ ସ୍ବପ୍ନ।।।

ଦେଇ ଦେଇ ଖାଲି ଅଗ୍ନି ପରୀକ୍ଷା ସେ

 ଯାମିନୀ ଅନ୍ତରେ ଅଗ୍ନିକୁ ଝାସ

କେଉଁ ପ୍ରହସନ ଲଗାଇଲେ ପ୍ରଭୁ

 ପ୍ରମାଣ ଦେବାକୁ ନଷ୍ଟ ସତୀତ୍ୱ।।।

ବିଟପି କଳଙ୍କ ଲାଗିବନି ବୋଲି

  ଜଳି ଜଳି ତାର ଜୀବନ ଗଲା

କି ସୁଖ ପାଇଲା କଳୁଷିତା ନାରୀ

 କୁରୁ ସଭା ତଳେ ଲାଞ୍ଛିତା ହେଲା।।।

ସବୁ ଜାଣି ଶୁଣି ହସନ୍ତି ମାଧବ

  ମହସତୀ ନାମେ କଲେ ଭୂଷିତ

କି ପ୍ରକାର ଫଳ ଦିଅନ୍ତି କେଜାଣି 

ସିଏ ହିଁ ଜାଣନ୍ତି ଜଗତ ନାଥ।।।

ସେହି ଦିନୁ ନାରୀ ଜଳୁଛି ଜଳୁଛି

 ଏ ଯାଏଁ ଲିଭିନି ଜଳନ୍ତା ନିଆଁ

ଭାତ,ରୁଟି ଚୁଲି ସମସ୍ତେ ଜଳନ୍ତି

 ତା ସଂଗେ ବି ନାରୀ ଜଳୁଛି ସିନା।।

ଅମିମାଂସିତର ଫର୍ଦ୍ଦ ଟିଏ ଏହା 

 ଏ ଯାଏଁ ସରିନି ତା ବିଶ୍ଳେଷଣ

ବିଶ୍ଳେଷଣ ଫର୍ଦ୍ଦ ଉଡୁଛି କେବଳ

  ଅତ୍ୟନ୍ତ ଜଟିଳ ତା ସମାଧାନ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational