ଗୁରୁ ଦିବସ ଉପଲକ୍ଷେ
ଗୁରୁ ଦିବସ ଉପଲକ୍ଷେ
ଦି ଧାର ଦୁହୁଡ଼ି ଜଳେ
ଦୁଇ ପଟେ ଯାର
ବିଶାଳ ତା କଳେବର
ନାମ ଯା ସଂସାର ।
ତା ବକ୍ଷରେ ପାଦ ଥାପି
ଚାଲିବା ଜୀବନ
ବିନା ସଂସ୍କାର ରେ ଯହିଁ
ଚାଲିବା କଠିନ ।
ସଂସ୍କାରର ଦାତା ଯିଏ
ସିଏ ଗୁରୁ ଆମ
ସଦା ସିଏ ବନ୍ଦନୀୟ
ଯା ଦାନ ଅସୀମ ।
ପ୍ରଥମରେ ମାତା ପିତା
ଶିକ୍ଷକ ଦ୍ଵିତୀୟେ
ଯା ଋଣ ଶୁଝି ନ ହୁଏ
ପଥ ସରିଯାଏ ।
ତାଙ୍କ ଆଶୀର୍ବାଦେ
ଚଲାପଥ କୁସୁମିତ
ବିନା କଷ୍ଟେ ସରିଯିବ
ଦୀର୍ଘ ଚଲାପଥ ।