ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ
ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ
ପବିତ୍ର ଜୟନ୍ତୀ ମହାତ୍ମାଗାନ୍ଧୀଙ୍କ
ଦୁଇ ଅକ୍ଟୋବର ଆଜି,
ଅହିଂସାର ମନ୍ତ୍ରେ ସ୍ବାଧୀନ ଆଣିଲେ
ବାପୁଙ୍କ ଜୟନ୍ତୀ ଆଜି ।
ବାପୁ ନାମ ହେଲା ଜଗତେ ବିକ୍ଷ୍ୟାତ
ଶତାବ୍ଦୀ ପୁରୁଷ ଏହୁ,
ସେହୁ ରାଷ୍ଟ୍ର ପିତା ସତ୍ୟର ପୂଜାରୀ
ରାମ ଭକ୍ତ ମଧ୍ୟ ଏହୁ ।
ଅହିଂସା ମାର୍ଗକୁ ଧରିଣ ହସ୍ତରେ
ଅନ୍ୟାୟ କୁ ଦୂର କଲେ,
ଅତି ଅତ୍ୟାଚରୀ ବ୍ରିଟିଶ ସାମ୍ରାଜ୍ୟ
ଦେଶରୁ ତୋଡିଣ ଦେଲେ ।
ସ୍ବାଧୀନ କରିଲେ ପବିତ୍ର ରାଷ୍ଟ୍ର କୁ
ଅହିଂସାର ମନ୍ତ୍ର ଦ୍ବାରା,
ରାମରାଜ୍ୟ ସ୍ବପ୍ନ ସାକାର ନିମନ୍ତେ
ସତ୍ୟ କର୍ମ ମନ୍ତ୍ର ଦ୍ବାରା ।
ସ୍ବଚ୍ଛତାର ମନ୍ତ୍ର ଦେଲେ ଜନେ ଜନେ
ସ୍ବଚ୍ଛ ରହିବାର ପାଇଁ,
ସ୍ବଚ୍ଛତା ରହିଲେ ସ୍ବସ୍ଥ ହିଁ ରହିବ
ମାତୃଭୂମି କାର୍ଯ୍ୟ ପାଇଁ ।
>
ଦେଇଥିଲେ ନାମ ସେ ରବୀନ୍ଦ୍ରନାଥ
ମହାତ୍ମା ନାମେ ବିକ୍ଷାତ,
ଗୁଞ୍ଜୁ ଅଛି ବିଶ୍ବେ ମହାତ୍ମା ମହାତ୍ମା
ତାଙ୍କ ମନ୍ତ୍ରେ କାର୍ଯ୍ୟରତ ।
ଅହିଂସାର ମନ୍ତ୍ର ଶିକ୍ଷା ଦେଉ ଅଛି
ବିଶ୍ବ ସମୁଦାୟେ ଆଜି,
ଅହିଂସାର ମନ୍ତ୍ରେ ଶାସନ କରନ୍ତି
ଜନସେବା ମନ୍ତ୍ର ଆଜି ।
ତାଙ୍କରି ଚରଣେ ଦେଉ ଶ୍ରଦ୍ଧାଞ୍ଜଳି
କୋଟି ପ୍ରଣିପାତ ଆମ,
ପୂଜନୀୟ ସେହୁ ସମ୍ପୂର୍ଣ୍ଣ ବିଶ୍ବରେ
ଶତାବ୍ଦୀ ପୁରୁଷ ଆମ ।
ସ୍ବଚ୍ଛତାର ମନ୍ତ୍ର ଗୁଞ୍ଜୁ ଦେଶ ମଧ୍ୟେ
ଅହିଂସାର ମନ୍ତ୍ର ଗୁଞ୍ଜୁ,
ଧର୍ମପଥ ହେଉ ରାଷ୍ଟ୍ରର ନିର୍ମାଣେ
ରାମନାମ ସଦା ଗୁଞ୍ଜୁ ।
ପବିତ୍ର ଜୟନ୍ତୀ ମହାତ୍ମାଗାନ୍ଧୀଙ୍କ
ଦୁଇ ଅକ୍ଟୋବର ଆଜି,
ଅହିଂସାର ମନ୍ତ୍ରେ ସ୍ବାଧୀନ ଆଣିଲେ
ବାପୁଙ୍କ ଜୟନ୍ତୀ ଆଜି ।