STORYMIRROR

Alekha Pasad Moharana

Inspirational

5  

Alekha Pasad Moharana

Inspirational

ଫଳନ୍ତି ଗଛ

ଫଳନ୍ତି ଗଛ

1 min
497


ଫୋପଡର ମାଡ଼ ସହେ ସବୁ ଝଡ଼ ଫଳନ୍ତି ଗଛଟି ନିତି

ନିର୍ବିକାର ଭାବ ସର୍ବଦା ନୀରବ ପଥର କରି ତା ଛାତି।

ଯାତନା କଷଣ ଅମୂଲ୍ୟ ଭୂଷଣ ସହିଥାଏ ମଥାପାତି

ସନ୍ତୋଷ ଆନନ୍ଦ ଦୁଃଖ ନିରାନନ୍ଦ ଜୀବନର ଦିବ୍ୟ ସ୍ତୁତି ।


ସହନଶୀଳତା ସୃଜେ ଆତ୍ମୀୟତା ଗର୍ବ ଅହମିକା ଶୁନ୍ୟ

ସେବା ପୁତ ତ୍ୟାଗ ଅମ୍ଳାନ ବିଭବ ଅର୍ଜିଥାଏ ବହୁ ପୁଣ୍ୟ ।

ସ୍ୱ ଅନୁଶୀଳନ ଜୀବନ ଦର୍ଶନ ପ୍ରେରଣାର ଇସ୍ତାହାର

ଦିବ୍ୟ ଅନୁଭୂତି ଅସରା ଶକତି ରାହା ଦିଏ ବଞ୍ଚିବାର ।


ଖରା ବର୍ଷା ଶୀତ ତା ପାଇଁ ଅମୃତ ଦରଦୀ ପ୍ରାଣର ବନ୍ଧୁ

ମାନ ଅଭିମାନ କୁତ୍ସା ଅପମାନ ସୋହାଗ ପ୍ରୀତିର ସିନ୍ଧୁ ।

ନିଜ ଗରଜରେ ସହଇ ଅଧିରେ  ବୋହି ନେଇ ସବୁ କଷ୍ଟ

ବାଣ୍ଟି ଖୁସି ମଜ଼ା ରହେ ସଦା ତାଜା ଅନ୍ୟ ପାଇଁ ହୁଏ ଶ୍ରେଷ୍ଠ।


ଅଢେଇ ଦିନର ମଣିଷ ଜୀବନ  ଫୋଟକାର ସମ ତୁଛ 

ପଡିଲେ ପଥର ହେବାନି କାତର ହେବାରେ ଫଳନ୍ତି ଗଛ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational