Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Others

3  

KRUTIBAS NAYAK

Inspirational Others

ଭିକାରୀ ବଢ଼େଇ ଦେଲା

ଭିକାରୀ ବଢ଼େଇ ଦେଲା

1 min
22


ଲକ ଡାଉନ :ଜୀବନ ଶିକ୍ଷା : କବିତା -10


ଭଲା କରୋନା ଏ' ଆସିଲା ଦେଶକୁ-ଭିକାରୀ ବଢ଼େଇ ଦେଲା,

ଜୀବନଟା ଆଗ ସଂପତି ପଛରେ-ଲକ ଡାଉନ ହେଲା |


ସରକାର ଏବେ ସବୁଦେବେ ବୋଲି-ଥୋକାଏ ଛାଡ଼ନ୍ତି ରଡ଼ି,

କମ୍ପାନୀ କହୁଛି ଆମ କ୍ଷତିପାଇଁ -ଋଣ ସବୁ ଦିଅ ଛାଡ଼ି |


ବେପାରୀ କହନ୍ତି ଯେତେ କ୍ଷତିହେଲା-ପୂରଣ କରୁ ସରକାର,

ଶ୍ରମିକ କହନ୍ତି ଯେତେ ଯାହା ଅଛି-ଆମକୁ ସେ ଦରକାର |


ଟିକସକୁ ଛାଡ଼ ଭତ୍ତାକୁ ବଢ଼ାଅ- ଆଉକିଛି ଥିଲେ ଦିଅ,

କର୍ମଚାରୀମାନେ କହନ୍ତି ଆମେ ତ-ସରକାରୀ ଧର୍ମପୁଅ | 


ପ୍ରବାସୀ ଆସିଲେ ମୁଣ୍ଡବ୍ୟଥା କଲେ-ଖୋଜନ୍ତି କୁଣିଆଁ ଚର୍ଚ୍ଚା,

ରୋଗକୁ ଆଣିଲେ ଘରକୁ ଫେରିଲେ-କହିଲେଣି ଦିଅ ଖର୍ଚ୍ଚା |

ବିରୋଧୀ କହନ୍ତି ରାଜନୀତି ଖେଳି ତୁମେ ସବୁ ଅପାରଗ,

ସତେକି ସରକାର ନିମନ୍ତ୍ରଣ କରି ଆଣିଲେ ଭୂତାଣୁ ରୋଗ |


ସମସ୍ତଙ୍କ ପାଇଁ ଖାଇବା ରହିବା ମାଗଣାରେ ବାଣ୍ଟୁଥାଅ,

ଆମପାଇଁ ତୁମେ ଦେଲ ବୋଲି ଥରେ ଗରିବଙ୍କୁ କହିଦିଅ |


ଡାକ୍ତର କହନ୍ତି ସକଳ ସୁବିଧା ବୀମାକରି ରଖିଥିବ,

ପଚାଶ ଲକ୍ଷ କି' ଜୀବନର ମୂଲ୍ୟ ହିସାବ କରିକି ଦେବ |


ସାମ୍ବାଦିକ ପୁଣି କହିଲେନି ଆମେ କରୋନା ଯୋଦ୍ଧାରେ ଗଣା,

ଆମପାଇଁ କିଛି ସୁଵିଚାର କର ଖଟୁଛୁ ନେବୁ ପାଉଣା |


ଚାଷୀ କହୁଛନ୍ତି ବିକ୍ରିବଟା ନାହିଁ ଆମର ଫସଲ ଗଲା,

ଚାଷଜମି ଦେଖ ପରିବାକୁ ଦେଖ ସବୁ ପାଚିଲା ଶୁଖିଲା |


କ୍ଷତିକୁ ପୂରଣ କରୁ ସରକାର ଆମେ କେମିତି ବଞ୍ଚିବୁ ?

ଋଣଛାଡ଼ କର ନହେଲେ ଦେଖିବ ଆନ୍ଦୋଳନ କରିଦେବୁ |


ନାଚ-ଗୀତ ପାଲା ଲୋକ କହିଲେଣି-ଆମକୁ ବି କରଖୁସି,

ସାରାଦେଶ ଲୋକ ମାଗିଲେ କେଉଁଠୁ-ଆସିବ ସେ ଧନରାଶି ?



Rate this content
Log in

Similar oriya poem from Inspirational