Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational

4.1  

KRUTIBAS NAYAK

Inspirational

ମାଆ-ବାପା

ମାଆ-ବାପା

1 min
294



ପରିବାରରେ ବାପା ଓ ମାଆ ଶିବ-ପାର୍ବତୀ ପରି, 

ଆମରି ଦୁଃଖ-ସୁଖରେ ତାଙ୍କ ବୟସ ଯାଏ ସରି ।


ମାଆ ଆମର ଗର୍ଭ ଧାରିଣୀ ସକଳ ଅଳି ସହେ,

ବାପା ଆମର କଷଣ ସହି ପଥର ହୋଇରହେ ।


ମାଆ କୋଳଟି ଭାରି ନରମ ବାପାଙ୍କ ହାତ ଟାଣ,

ମାଆ ଖୁଆନ୍ତି ବାପା ପଢାନ୍ତି ଜାଣି ଆମର ମନ ।


ମାଆ ଓଢଣି ବାପା ଗାମୁଛା ପୋଛିଦେଇ ମୋ ମୁହଁ,

ମାଆଙ୍କ ଲୁହ ବାପାଙ୍କ ଝାଳ ଦେଖିପାରେ କେ କୁହ ?


ମାଆ ଆମର ପ୍ରଥମ ଗୁରୁ ବାପା ତ ଚିରଗୁରୁ,

ବିପଦ ବେଳେ ଦୁଃଖ ଆସିଲେ ମାଆଙ୍କ ନାମ ଧରୁ ।


ଆଶ୍ଚର୍ଯ୍ୟ ହେଲେ ଆସେ ପାଟିରେ ବଳେ ବାପାଙ୍କ ନାମ,

ମାଆଙ୍କ ପାଇଁ ଆମେ ତ ଧନ ବାପାଙ୍କ ପାଇଁ ମାନ ।


ସରଗଠାରୁ ଉଚ୍ଚ ମୋ ମାଆ ଧରିତ୍ରୀଠାରୁ ଭାରୀ,

ବାପା ମୋ ଧର୍ମ ପରମତପ ଦୁଃଖେ ଜୀବନ ତରୀ ।



Rate this content
Log in

Similar oriya poem from Inspirational