Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics

4  

KRUTIBAS NAYAK

Classics

ମାଆ

ମାଆ

1 min
273



ବାତ୍ସଲ୍ୟର ବାରିଧାରା ଆଶିଷ ଅମୃତ ଧାରା

ମମତାର ମନ୍ଦାକିନୀ-ମାଆ,

ସୀମାହୀନ ପାରାବାର ଅଭୟ ଆଶ୍ରୟସ୍ଥଳ

ଶରଧାର ସ୍ରୋତସ୍ପିନୀ-ମାଆ । (ଘୋଷା )


ଯମରାଜା ଅପହଞ୍ଚ ଇଲାକା ମାଆର କୋଳ,

ପିୟୁଷର ପ୍ଲାବନ ସେ ମରୁଦ୍ୟାନେ ଦିବ୍ୟଜଳ

ଦୁର୍ଗା ଲକ୍ଷ୍ମୀ ସରସ୍ଵତୀ ଆଦିମାତା ଭଗବତୀ

ମାନବୀ ଦେହଧାରିଣୀ-ମାଆ ।


ସିଏ ଆମ ଫୂଜାଫୁଲ ଲକ୍ଷେରାତ୍ରିର ଶେଫାଳି,

କୋଟି ଯୁଗ ଅନ୍ଧକାରେ ଅଲିଭା ଶୁଭ ଦୀପାଳି

ମାଆର ଭାବନା ବାସେ ହସିଲେ ଦୁନିଆ ହସେ

ମହାମନ୍ତ୍ର ସଞ୍ଜିବନୀ-ମାଆ ।


ପ୍ରାଣୀ ଜୀବନ ସଙ୍ଗୀତେ ମାଆନାମ ସାତସୁର,

ସେହି ଏକା ମାଧୁରିମା ବିଶ୍ଵଫୁଲ ବଗିଚାର

ଜନ୍ମଦାତ୍ରୀ ଶିକ୍ଷାଦାତ୍ରୀ ମୁକ୍ତିଦାତ୍ରୀ ଭକ୍ତିଦାତ୍ରୀ

ସୁଖ-ଶାନ୍ତି ପ୍ରଦାୟିନୀ-ମାଆ ।


ହର୍ଷ ଉଲ୍ଲାସର ଉତ୍ସ ସକଳ ଶକ୍ତି ଆଧାର,

ତା’ର ପାଶେ ଥିଲେ ଲାଗେ ନିର୍ଦ୍ଧନ ମନ କୁବେର

ଅନ୍ଧର ସେ ଦୃଷ୍ଟିଶକ୍ତି ମୁକ ତୁଣ୍ଡେ ମିଠା ଭାଷା

ମହାତ୍ୟାଗୀ ଶ୍ରେଷ୍ଠଦାନୀ-ମାଆ ।



Rate this content
Log in