Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational

4  

KRUTIBAS NAYAK

Inspirational

ମାଆର ମନ

ମାଆର ମନ

1 min
330



ଯେଉଁଠି ଥାଉ ଯେମିତି ଥାଉ ଛୁଆ ପାଖରେ ମନ,

ଧନୀ ହେଉ କି ଗରିବ ହେଉ ଛୁଆ ତ ମାଆ ଧନ |


ଛୋଟ ହେଉ କି ବଡ଼ ହେଉ ସେ ମାଆର ମନ ବଡ଼,

ମାଆ କୋଳରେ ବିପଦ ନାହିଁ ହେଉ ବରଷା ଝଡ଼ |


ଗଛ ହେଉ କି ଲତା ହେଉ ସେ ପଶୁ କି ପକ୍ଷୀ ହେଉ,

ମାଆ କହିବ ମୁଁ ପଛେ ମରେ ମୋ ଛୁଆ ସୁଖେ ଥାଉ |


ଭଲଚିଜଟି ପାଇଲେ ମାଆ ଛୁଆଟି ମନେ ପଡ଼େ,

ଖାଉ ନ ଖାଉ ଭୋକରେ ଥାଉ ଛୁଆଙ୍କ ପାଇଁ ବାଢେ |


ଦେବ ନ ଦେବ ଭବିଷ୍ୟତରେ ସେକଥା ଚିନ୍ତାନାହିଁ,

ସକଳ ଧନ ସଂପତ୍ତି ସୁଖ ରଖେ ଛୁଆଙ୍କ ପାଇଁ |


ହେବ ନ ହେବ କିଏ କହିବ ପାଞ୍ଚଲୋକରେ ଜଣେ,

ମାଆ କହିବ ସବୁ ପାରିବ ପୁଅକୁ ଯୋଗ୍ୟ ମଣେ |


ଦୁଃଖ ଯାତନା ଭୁଲିଯାଏ ମା’ ଛୁଆଙ୍କୁ ଦେଖିଦେଲେ,

ଛୁଆର ଦୁଃଖ ସହିପାରେନା ଅଯୋଗ୍ୟ ହୋଇଗଲେ |



Rate this content
Log in

Similar oriya poem from Inspirational