ବିକଶୁ ଜନ ସୁମନ
ବିକଶୁ ଜନ ସୁମନ
ଭ୍ରଷ୍ଟ ଦୁଃଶାସନ କରେ ଅଟ୍ଟହାସ୍ୟ
ଶକୁନୀ ଖେଳୁଛି ପଶା
ଗର୍ବ ଅହଙ୍କାରେ ବଳୀ ଦୁର୍ଯ୍ୟୋଧନ
ଘାରିଛି ଉତ୍କଟ ନିଶା ।
କୌରବ ସମ୍ରାଟ ଅନ୍ଧ ଧୃତରାଷ୍ଟ୍ର
ଗାନ୍ଧାରୀ ଆଖିରେ ପଟି
ଉଲଗ୍ନ ହୁଅନ୍ତି ବିଚରା ଦ୍ରୋପଦୀ
ଧର୍ମ ନାମ ଯାଏ ଲୁଚି ।
ସ୍ପଷ୍ଟ ଦିବାଲୋକେ ହୁଅଇ ଧର୍ଷଣ
ବଢେ ହତ୍ୟା ବଳାତ୍କାର
ବିକଳ ଜନତା ଶୋଷଣ ଜ୍ୱାଳାରେ
କରୁଛନ୍ତି ହାହାକାର ।
ଶତ୍ରୁ ଛଦ୍ମବେଶୀ ଅଛି ଲୁଚିଛପି
ଗୁପତେ ଲଗାଏ ଘାତ
ଉଗ୍ର ସୂର୍ପଣଖା ରାକ୍ଷସ ରାବଣ
ବଳୀୟାନ ଇନ୍ଦ୍ରଜିତ ।
ନୁହେଁ କାପୁରୁଷ ଭୀରୁ ପଳାତକ
ଭାରତ ବୀର ଅର୍ଜୁନ
ଅବ୍ୟର୍ଥ ତା ଲକ୍ଷ୍ୟ ଅଚିନ୍ତ୍ୟ ତା ଶକ୍ତି
ସ°ଗ୍ରାମେ ସାକ୍ଷାତ ଯମ ।
କଳିର କଳ୍ମଷ ହୁଅଇ ବିଧ୍ୱ°ସ
ଧର୍ମ ହୁଏ ସ°ସ୍ଥାପନ
ଅବତରୀ ଥାନ୍ତି ଶ୍ରୀକୃଷ୍ଣ ଶ୍ରୀରାମ
କଳକୀ ରୂପେ ଭଗବାନ ।
ଜାଗୁ ବୀରରସ ଉଷ୍ଣ ଆବେଦନ
ଜାଗୁ ପ୍ରତି ଭାରତୀୟ
ଉନ୍ମେଷୁ ସମାଜେ ସତ୍ୟ ସୁନ୍ଦରତା
ନାଶୁ ଅନ୍ଧାର ଅନ୍ୟାୟ ।
ନୂତନ ବରଷ ନୂଆ ସକାଳରେ
ସୁନେଲି ସୂର୍ଯ୍ୟ କିରଣ
ଦେଖାଉ ସୁପଥ କଲ୍ୟାଣର ମାର୍ଗ
ବିକଶୁ ଜନ ସୁମନ ।
