ଅବୁଝା ପ୍ରିୟାକୁ ବୁଝାଇବ କିଏ
ଅବୁଝା ପ୍ରିୟାକୁ ବୁଝାଇବ କିଏ


ମାନେ ନାହିଁ କିଛି ବାଧା ପ୍ରତିବନ୍ଧ
ଛଳଛଳ ସିଏ ଝରଣାଟିଏ
ବଡ ଅମାନିଆ ମୋ ପ୍ରିୟା ହୃଦୟ
ଚାହୁଁଥାଏ ଯାହା ବଖାଣିଦିଏ ।
ହୋଇଯାଉ ପଛେ ସିଏ ଗଳଦଘର୍ମ
ଅନର୍ଗଳ ଗପି ଚାଲେ ତା ତୁଣ୍ଡ
କହିସାରି ପଛେ କରେ ଅନୁତାପ
ଶୁଏ ମୁହଁମାଡ଼ି ପିଟଇ ମୁଣ୍ଡ ।
ହେଲେ ବ୍ଯତୀକ୍ରମ ସାମାନ୍ଯ ତା କଥା
ଆରମ୍ଭ ହୁଅଇ ମହାଭାରତ
ଗୋଟି ଗୋଟି ମୋର ଯେତେ ଦୋଷତ୍ରୁଟି
ଉଦ୍ଘୋଷ ଉଦ୍ଗାର ହୁଏ ନିଶ୍ଚିତ ।
ନୁହଁଇ ସରଳ ଲାଗେ ଅସହଜ
 
; ପ୍ରେମ ପରିଭାଷା ବଡ ଦୁୁର୍ବୋଧ୍ଯ
ଅବୁଝା ପ୍ରିୟାକୁ ବୁଝାଇବ କିଏ
ବରଷଣମୁଖୀ ସେ କଳାମେଘ ।
ଲାଗୁପଛେ ଯେତେ ମନେ ମୋ ଆଘାତ
ଚୁପଚାପ ସହି ରହେ ନୀରବ
ଖୋଜୁଥାଏ ସୃଷ୍ଟ ଲଘୁ ଗୁରୁଚାପ
ପାଣିପାଗ କେବେ ପ୍ରଶମିଯିବ ।
ବୁଝିଗଲେ ମନ ଅବୁଝା ମୋ ପ୍ରିୟା
ଲାଗିଥାଏ ମୋତେ ବହୁତ ଖୁସି
ଚାହୁଁଥାଏ ସଦା ଲାଖିରହୁ ହସ
ମୋ ପ୍ରିୟା ଓଠରେ ଦିବସ ନିଶି ।
-----