STORYMIRROR

Aparti Charan Sethi

Romance

4  

Aparti Charan Sethi

Romance

ମାନସୀ ଗୋ ତୁମେ

ମାନସୀ ଗୋ ତୁମେ

1 min
240


ଫୁଲେଇ ପ୍ରିୟା ମୋ ରାତି ଅର୍ଦ୍ଧଟାରେ

    ନିଦ କାହିଁ ଚୋରୀକଲ,

ନୂଆ ବ‌ଉଳର ବାସ୍ନାରେ ମୋହୁଛ

     ଭୁଲାଇ ଠିକଣା ମୋର।

ସରମୀଲତାର ଝାଉଁଳା ଲାଜରେ

     ଓଠେ ସ୍ମିତ ହାସ୍ୟ ଭରି,

ଇନ୍ଦୁ ରେଖା ସମ ନିରୂପମା ତୁମେ

     କୋଟି ଲାବଣ୍ୟ ସୁନ୍ଦରୀ।

ମୋମନ ଦରଜା ଧୀରେଧୀରେଖୋଲି

     ହୃଦୟକୁ ପଶିଯାଅ,

ପାହାଡ଼ ରାଇଜୁ‌ଁ ମେଘର ପିଠିରେ

     ବରଣୀରେ ଆସୁଥାଅ।

ଇନ୍ଦ୍ରଧନୁର ସେ ସାତରଙ୍ଗ ଶାଢ଼ୀ

   ଗୋଲାପୀ ଦେହେରେ ଶୋହେ,

ନୀଳିମାଠୁଁ ହସ ନିହାରୀକା ଛନ୍ଦ

    ଠାଣିରେ ଝଲସୁ ଥାଏ।

ପ୍ରୀତି ପ୍ରଣୟର କାହାଣୀ ପଢୁଛ

    ଫିକା ଫିକା କଥା କହି,

କାହାଣୀ ତୁମର କବିତା ଲାଗୁଛି

    ଜାଣେନି କେଉଁଥି ପାଇଁ?

କେବେଶୁଭେମୋତେପୁରବୀ ରାଗିଣୀ

    କେବେ ଶୁଭେ ସେ ବିରହ,

ଶ୍ରାବଣୀର କେବେ ଆବେଗ ମୁଠାଏ

     କେବେ ଫଗୁଣ ମଳୟ।

ମାନସୀ ଗୋ ତୁମେ ହୋଇପାର ସ୍ଵପ୍ନ

     କିବା ହୋଇପାର ଲୁହ,

ତଥାପି ତୁମେ ମୋ ମନ ବନାନୀର

     ସବୁଜିମା ଭରା କୋହ।

ତୁମ ଆଖିର ସେ ମାଦକ ଈଶାରା

     ଶିହରାଏ ମୋର ଦେହ,

ଅଳପ ବୟସୀ ମୋ ପ୍ରୀତି ରୂପସୀ

     ପ୍ରେମ ଭରିଦେଇ ଯାଅ।

ଫିଙ୍ଗି ମୁଁ ଦେଇଛି ଅତୀତକୁ ଦୂରେ

     ଗଲାଣି ବିସ୍ମୃତି ହୋଇ,

କହିବ କି ଥରେ ମୋ ହୃଦ କୋଠିରେ‌

    (କ'ଣ)ବଧୂ ତୁମେ ହେବ ନାହିଁ?

ଦିଅଁ ବିନା ଏଠି ମନ୍ଦିର ଯେମିତି

    ନିରର୍ଥକ ମୂଲ୍ୟହୀନ,

ଠିକ୍ ସେହିଭଳି ଲାଗୁଛି ଗୋ ପ୍ରିୟେ

    ଏହି ମୋ ନିଃସଙ୍ଗ ମନ।

ରାତି ପାହିଯିବ ପ୍ରୀତି ରହିଯିବ

     ତୁମ କଥା ଭାବି ଭାବି,

ବାକି ପଛେ ଥାଉ ଜହ୍ନୁଆ ରାତିଟା

     କାଲିକି ଯାହା କହିବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance