ରାସ୍ତା ଉବାଚ
ରାସ୍ତା ଉବାଚ
👫🏿ରାସ୍ତା ଉବାଚ🏍️
**********ଅପର୍ତ୍ତି ସେଠୀ
(ରମ୍ଯରଚନା)
କଳା ମୁଚୁମୁଚୁ ଛାତିଟାରେ ମୋର
ମାଡିଯାଅ ନାହିଁ ମନା
ଗାଡି ଘୋଡ଼ା ପଛେ ଚଳେଇକି ନିଅ
କରିବିନି ମନ ଊଣା।
ଚାଲି ନ ଜାଣିକି ବାଟ ଦୋଷ ବନ୍ଧୁ
ଦିଅ ନାହିଁ ଥରେ ମାତ୍ର,
ବାଟ ଓ ବାଟୋଇ ଅନ୍ତର ତ ନାହିଁ
ଆମେ ଦୁହେଁ ପରା ମିତ୍ର।
ମୁହିଁ ପଛେ ସହେ କଷ୍ଟ କି ଯନ୍ତ୍ରଣା
ଯେତେ ଭାର ବୋହି ବୋହି,
ତଥାପି ତୁମକୁ ବାଟ ଦେଖେଇବି
ହତାଶ କରିବି ନାହିଁ।
କହିଛି ସର୍ବଦା ଏଇ ଗୋଟେକଥା
ରାସ୍ତା ବାମ ପଟେ ଚାଲ,
ଧୀରେଧୀରେ ଯାନବାହାନ ଚଳାଅ
ଦେଖି ପୁଣି ଢିପଖାଲ।
ଘରୁ ବାହାରୁଛ କାମରେ ଯାଉଛ
ଗାଡ଼ିକୁ କର ପ୍ରଣାମ,
ସେହି ପରାତୁମ ନନ୍ଦୀଘୋଷ ହେଲେ
ସାରଥୀ କଳାବାମନ।
ଚଢିବା ପୂର୍ବରୁ ସଯତ୍ନେ ତାହାକୁ
କର ଆଜ୍ଞା ପୋଛାପୋଛି,
କର ତଦାରଖ ଗାଡିମଧ୍ଯେ ତେଲ
ଅଛି କି ସରିଯାଇଛି।
ସମୟ ଅନ୍ତରେ ଗାଡ଼ିର ଚକାରେ
ପ୍ରେସର ବି ଚେକ୍ କର,
କିଲୋମିଟରର ଚଳନ ଅନ୍ତରେ
କର ମୋବିଲ୍ ବଦଳ ।
ମୁଣ୍ଡେ ପିନ୍ଧିନିଅ ହେଲ୍ମେଟ୍ ପୁଣି
ସଡକ ସୁରକ୍ଷା ମାନ,
ଆଗକୁ ପଛକୁ ନଜର ହେ କରି
ବାହି ଚାଲ ତୁମ ଯାନ।
ଯେ ମହାବିପତ୍ତି ଅଟେ ଦ୍ରୁତଗତି
ସେକଥା ମନରେ ମାନ,
ସଡ଼କ ସୁରକ୍ଷା ଜୀବନଟି ରକ୍ଷା
ନିଜ ପାଇଁ ଦିଅ ଧ୍ୟାନ।
ଗାଡ଼ିର କାଗଜ ରଖିଥାଅ ପାଖ
କରିଥାଅ ଗାଡି ବୀମା,
ବିପଦେ ଆପଦେ ନିଜ ଅଧିକାର
ସାବ୍ୟସ୍ତ କରିବ ସିନା !
ମାସ୍କପିନ୍ଧିବା ଅଭ୍ୟାସ କରିଲେ
ଅବଶ୍ୟ ସେଥିରେ ଲାଭ,
ବାହ୍ଯ ଭୂତାଣୁ ଓ ଧୂଳି କି ସହଜେ
ନାକେ ପ୍ରବେଶ କରିବ??
ଜୀବନ ଅଟଇ ଅମୂଲ୍ୟରେ ଭାଇ
ଏହାର ସୁରକ୍ଷାପାଇଁ,
କାହାକୁ ହେ ତୁମେ ଅତିକ୍ରମକରି
ଅତି ବେଗେ ଯାଅ ନାହିଁ।
ହେଉ ପଛେ କିଛି ବିଳମ୍ବ ସମୟ
ଧୀରେ ସୁସ୍ଥେ କାର୍ଯ୍ଯେ ଯାଅ,
ଯଥେଷ୍ଟ ସମୟ ହାତେ ରଖିତୁମେ
ସଯତ୍ନେ ଗାଡି ଚଳାଅ।
ଜନଗହଳିରେ ହର୍ଣଟା ବଜାଅ
ଅନ୍ୟକୁ ସୂଚନା ଦିଅ,
ରାତିରେ ଯଦିବା ଗାଡ଼ି ଚଲାଉଛ
ବିପରଟା ମାରିଥାଅ।
ସର୍ବୋପରି ତୁମେ ଟ୍ରାଫିକ୍ ନିୟମ
ନିଶ୍ଚେ ମାନିବାକୁ ହେବ,
ବାମ ଡାଏଁ ଗଲେ ଇଣ୍ଡିକେଟରକୁ
ମନକରି ଜଳେଇବ।
ଯେତେ ଯାହାହେଉ ଡ୍ରାଇଭିଂଯେବେ
ଭଲକରି ଶିଖିନାହଁ,
କେବେହେଲେତୁମେରାଜରାସ୍ତାପରେ
ଗାଡିଟିକୁ ନ ଗଡାଅ।
ଆଉ ଗୋଟେ କଥା ମନେରଖ ଭାଇ
ଗାଡି ଚଳାଇଲାବେଳେ,
ମଦ୍ୟପାନ କେବେ କରିବନାହିଁ ହେ
ଦୁର୍ଘଟଣା ଘଟିପାରେ।
ଏଭଳି କେତେକ ବିଚାର ବୋଧରେ
ଗାଡ଼ି ଯଦି ଚଳାଇବା,
ଈଶ୍ୱର କୃପାରୁ ଦୁର୍ଘଟଣାମାନ
ସିନା ଏଡାଇପାରିବା।
ଏହି ସୂଚନା ମୁଁ ଦେଉଛି ତୁମକୁ
ମୋତେ ଭୁଲ୍ ବୁଝ ନାହଁ,
ମୁଁ ପରା ତୁମର ଅତି ଆପଣାର
ରାସ୍ତାଟିଏ କହୁଥାଇ।
(ପାଳକଣା, କୋରୋ, କେନ୍ଦ୍ରାପଡ଼ା
ମୋ- ୭୮୯୪୩୯୮୫୦୦)
