STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ମଶାରୀ ଆଉ କମ୍ବଳ ବଣ୍ଟା

ମଶାରୀ ଆଉ କମ୍ବଳ ବଣ୍ଟା

2 mins
33

ମଶାରୀ ଆଉ କମ୍ବଳ ବଣ୍ଟା
**********ଅପର୍ତ୍ତି ସେଠୀ 
       (ରମ୍ୟ ରଚନା)
ବସିଲା ଥରେ ଅଧିବେଶନ 
       ମଶା ଓ ମାଛିଙ୍କର,    
ମଶାରୀ ଆଉ କମ୍ବଳ ଦେବେ
     କଥା ହୋଇଲା ସ୍ଥିର।
ବାର ପତରେ‌ ମୁହଁ ଯେ ମାରେ
     ସେହି ରାବଣା‌ ମାଛି ,
ମୁଖ୍ୟ ଅତିଥି ହୋଇ ହସୁଛି
     ଚ୍ୟାର‌ ଉପରେ ବସି।
ଅନେକ ରୋଗ ଜୀବାଣୁ ମଧ୍ଯ 
      ତା'ସହ ଆସି ଥିଲେ,
ନିଜନିଜର ଆସନମାନ‌
      ଯେ ଅଳଙ୍କୃତ କଲେ।
ଲୋକମାନଙ୍କୁ ସୁରକ୍ଷା ଦେବେ
      ବଜେଟ୍ ପାଶ୍‌ ହେଲା,
ରୋଗ ଜୀବାଣୁ,ମଶା,ମାଛି‌ଙ୍କୁ
      କାର୍ଯ୍ଯରେ ଲଗାଗଲା‌।      
କମ୍ବଳ ଆଉ ମଶାରୀ ଭାଇ
      ମାଗଣା ନେଇଯାଅ‌,
ନିଶ୍ଚିନ୍ତେ‌ ବାବୁ ଆନନ୍ଦେ‌ ଶୋଇ
      ଘୁଙ୍ଗୁଡ଼ି ମାରୁଥାଅ‌।
ମଶାରୀ ସହ ଅନେକ ସ୍ଵପ୍ନ 
       ଫ୍ରିରେ‌ ମିଳୁଅଛି‌,
କମ୍ବଳ ସହ ଅନେକ ଆଶା
       ଦେଉଛନ୍ତି ବି ଯାଚି‌।
ମାଗଣା ଧନ କୋଉଠୁ‌ ଆଣି
       କାହିଁକି ଦ‌ଉଛନ୍ତି,
ଏ କଥା କେହି ଚିନ୍ତା ନ କରି
       ଭିଡ ଜମେଇଛନ୍ତି।
ସେହି ଦେବାରେ ରହିଛି କେଁ
      ଲୋକଙ୍କୁ ନାହିଁ ଜଣା,
ମଶା ଓ ମାଛି ମଣିଷ ଶତ୍ରୁ 
      ସେ କି ହେବେ ଆପଣା‌?
ଗୁଧ୍ର ଶୃଗାଳ ହେଲେ ଡାକ୍ତର
       ରୋଗୀ କି ପାଏ ପ୍ରାଣ,
ନା,ମଶା ଓ ମାଛି ଦାତା ସାଜିକି‌
      ଦେଲେଣି କେବେ ଦାନ?
ଯିଏ ଦେଉଛି ସିଏ ଶୋଷୁଛି‌
       ରକତ‌ ଆମ ନିତି‌,
ମଣିଷ ରୂପେ‌ ବିଭିନ୍ନ ମଶା
      ଚତୁର୍ପାର୍ଶ୍ଵରେ‌ ବସି‌।
ରାଜନିତିଆ ମଶାମାନଙ୍କ
      ଶୁଣ୍ଢଟି ଭାରି ଟାଣ,
କଣ୍ଟାକ୍‌ଟରିଆ ମଶା ସବୁଠିଁ 
       ହୁଅନ୍ତି ଭଣଭଣ‌।
ଡାକତରିଆ‌ ମଶା ଅଧିକ 
       ଶୋଷୁଥାଆନ୍ତି ରକ୍ତ,
ଅଫିସରିଆ‌ ମଶା ଆମର
       ଜୀବନ କରେ ନଷ୍ଟ।
ମାଷ୍ଟରିଆ ମଶା ଏବେ ତ
       ଛାତ୍ରୀଙ୍କୁ ଶୋଷୁଅଛି‌,
ବାବାଜୀଆ ମଶା ପ୍ରିୟ ଶିଷ୍ଯାଙ୍କ
       ଇଜ୍ଜତ ଲୁଟୁଅଛି।
ଆମେ ତ ମେଣ୍ଢା‌ ଆମରି ସେଣ୍ଢା‌
       ମୋଡା ଯାଉଛି ଏଠି,
ରୁମ ଆମର କରି କମ୍ଵଳ‌
       ଆମକୁ ଦ୍ଯନ୍ତି ବାଣ୍ଟି‌।
ଖାଦ୍ଯ ଭେଜାଲ ହେଉଛି ଆଜି
      ଲୋକଙ୍କୁ ହୁଏ ବ୍ୟାଧି,
ଏହି ମଣିଷ ଏଠି ପ୍ରକୃତ 
      ରୋଗ ବାହକ ମାଛି‌।
ତେଣୁ ଏ ମଶା ମାଛିଙ୍କ ଦାନ
       ଯିଏ ମାଗଣା ନେବ‌,
ଡେଙ୍ଗୁ,ମେଲେରିଆ କି ଡାଇରିଆ‌
       ନିଶ୍ଚୟ ତାକୁ ହେବ‌।
ମଦୁଆ ନିଶା ନିବାରଣର
      ସ୍ଳୋଗାନ ଦେଲାଭଳି,
ଯାଦୁଆ ଯାଦୁ ମଲମ ବିକା
       ଠିକ୍ ଏହିପରି।।
ବୁଦ୍ଧି ବିବେକ ଝୁଣା‌ ଧୂଆଁକୁ 
       ବୁଲାଅ‌ ଘର ସାରା‌,
ଜ୍ଞାନ ମଶାରୀ ଟାଙ୍ଗି ଶୋଇଲେ 
       ନିଘୋଡ଼ ନିଦ‌ ପରା‌।
ହେତୁ ଚୈତନ୍ୟ ନିଧି ବୁଢ଼ାକୁ 
       ଜାଗ୍ରତ‌ କର ଭାଇ,
ଏ ପରିବେଶ‌ କର ହେ ସ୍ଵଚ୍ଛ
       ପବିତ୍ର ମନ ନେଇ‌।  
ନିଅନା‌ ଲାଞ୍ଚ ବିନା ଶ୍ରମରେ
       କାହାରି ଠାରୁ କିଛି,
ବେଳକୁ ସିଏ ମୂଳ ସହିତ 
       ସୁଧ ବି ନେବ ପୋଛି‌। 
(ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା 
     ମୋ - ୭୮୯୪୩୯୮୫୦୦)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy