Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Comedy

3  

Jagannath Barik

Comedy

ହସ

ହସ

1 min
372


ଜେଜେ ବସିଥିଲେ ପିଣ୍ଡା ଉପରେ

ଆସି ମିଳିଗଲେ ଭେଣ୍ଡିଆ ଦଳେ |


ବୁଢ଼ା ସଙ୍ଗେ ଗେଲେ ଲାଗିଲେ ଯାଇ

ସବୁଠୁଁ ବଳୁଆ ନିଧିଆ ଭାଇ |


ଜେଜେଙ୍କୁ କହିଲା ଲଢ଼ିବା ପାଇଁ

ବାହାସ୍ଫୋଟ ମାରେ ଜଙ୍ଘ ବାଡେଇ |


ଜେଜେ ବାମ ହାତ ଦେଲେ ଛିଞ୍ଛାଡ଼ି

ପଡ଼ିଲା ନିଧିଆ ମୁହଁକୁ ମାଡ଼ି |


ହସି ହସି ସବୁ ମାରିଲେ ତାଳି

ବଳୁଆ ମୁହଁରେ ଲାଗିଲା କାଳି |


ହସି ହସି ମୁହିଁ ହାଟକୁ ଗଲି

ମୁରୁକି ମୁରୁକି ମୁଁ ହସୁଥିଲି |


ବାଟରେ ଭେଟିଲି ରିକ୍ସାବାଲାକୁ

ହସିଦେଲା ଚାହିଁ ମୋର ମୁହଁକୁ |


କାଠୁରିଆଟିଏ ମୋତେ ଦେଖିଲା 

ମୁରୁକି ମୁରୁକି ସିଏ ହସିଲା |


ଯାଉ ଟିକେ ଦୂର ପୋଲିସ ଭାଇ

ହସିଦେଲା ଟିକେ ମୋତେ ଅନାଇ |


ଯେତେ ବେଳଯାଏ ମୋ ମୁହେଁ ହସ

ଯିଏ ସେ ଦେଖିଲା ହସେ ଅବଶ୍ୟ |


ଏହି ସମୟରେ ସ୍କୁଟିରେ ବସି

ଆସୁଥିଲେ ଜଣେ ଚାରୁ ରୂପସୀ |


ମୋ ମୁହଁକୁ ଚାହିଁ ଦିଅନ୍ତେ ହସି

ଭାରସାମ୍ୟ ହାରି ପଡ଼ିଲେ ଖସି |


ସ୍କୁଟିକୁ ଉଠାଇ ତାକୁ ଉଦ୍ଧରି 

ହସର ଉପରେ ହସ ଲହରୀ ||



Rate this content
Log in

Similar oriya poem from Comedy