ଜନରାଜ୍ୟ ଦିବସ
ଜନରାଜ୍ୟ ଦିବସ


ଜନରାଜ୍ୟ ଦିବସ ଏ ଚଉସ୍ତରିତମ
ପାଳିବ ଭାରତ ଯାହା ବିଶ୍ୱେ ଅନୁପମ ।
ହସେ ଜଳ ସ୍ଥଳ ନଭ ସାଗର ସରିତ
ପ୍ରାଣେ ପ୍ରାଣେ ଉନ୍ମାଦନା ଆନନ୍ଦ ସ୍ଫୁରିତ ।
କମ୍ପିବ ପଲ୍ଲୀରୁ ଦ୍ବିଲ୍ଲୀ କୁଟୀରୁ ପ୍ରାସାଦ
ହଟିବ ଯୁଗ ଯୁଗର ଦୁଃଖ ଅବସାଦ ।
ହିମାଚଳ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ
ଜାତିଧ୍ୱଜା ତଳେ ସର୍ବେ ହୋଇବା ଏକତ୍ର ।
ରାଷ୍ଟ୍ରପତି ଜାତି ହିତେ ଦେଵେ ଉଦବୋଧନ
ରାଇସିନାରେ ଉଡ଼ିବ ଜାତୀୟ କେତନ ।
ତିନି ବାହିନୀ ସହିତ ଆରକ୍ଷୀ ବାହିନୀ
ବୀରବାଦ୍ୟ ନୃତ୍ୟ ଗୀତେ କମ୍ପିବ ମେଦିନୀ ।
ଲାଲକିଲ୍ଲାରେ ତ୍ରିରଙ୍ଗା କରି ଉତ୍ତୋଳନ
ମୋଦି ଉଦବୋଧନେ ମୋହି ଦେଵେ ଜନମନ ।
ଘରେ ଘରେ ଜାତିଧ୍ୱଜା ହେବ ଉଡ଼ୟନ
ଅନୁଷ୍ଠାନ ବିଦ୍ୟାଳୟ ଭବନ ଭୁବନ ।
ବିଶ୍ଵଗୁରୁ ଆମଦେଶ ଜଗତେ ଅଗ୍ରଣୀ
ଚମକିବ ବିଶ୍ୱ ଦେଖି ଆମ୍ଭର କରଣି ।
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ହୋଇ ଏକ
ପଣ କରି ରଖିବାଟି ଜନ୍ମ ଭୂମି ଟେକ ।