ସ୍ୱାଧୀନ ଦେଶର ସନ୍ତାନ ଆମେ
ସ୍ୱାଧୀନ ଦେଶର ସନ୍ତାନ ଆମେ


ସ୍ୱାଧୀନ ଦେଶର ସନ୍ତାନ ଆମେ
ସବୁଠାରୁ ଅଟୁ ଭାଗ୍ୟବାନ
ସାହସ ଶକତି ସମ୍ବଳ ଆମର
ସିଂହଶିଶୁ ଆମେ ବଳବାନ ।
ମହାଭାରତର ଆର୍ଯ୍ୟ ଦାୟାଦ
ଭୟ ନାହିଁ ଆମ ଜାତକରେ
ଜ୍ଞାନ ବିଜ୍ଞାନରେ ଧର୍ମରେ କର୍ମରେ
ଅଗ୍ରଣୀ ଆମେ ଜଗତରେ ।
ଅନ୍ଧକାରେ ଆମେ ଶିକ୍ଷାର ଆଲୋକ
ଜାଳିଦେଉ ସାରା ମରତରେ
ଶାନ୍ତି ମୈତ୍ରୀ ପ୍ରୀତି ବିଶ୍ୱଭାତୃଭାବ
ବହେ ସଦା ଆମ ରକତରେ ।
ଗୀତା ଭାଗବତ ବେଦ ବେଦାନ୍ତର
ଦର୍ଶନ ଅଛିଏ ଭାରତରେ
ବିଶ୍ଵଗୁରୁ
ଦେଶ ବିଶ୍ୱରେ ଉତ୍କର୍ଷ
ସାରା ରସା ଯାକୁ ଅନୁସରେ ।
ନର ନାରାୟଣ ନାରୀ ନାରାୟଣୀ
ଗୋ ଗଙ୍ଗା ତ୍ରିରଙ୍ଗା ପୂଜା ପାଏ
ତରୁ ଲତା ପଶୁ ପକ୍ଷୀ ନଦ ନଦୀ
ଦେବତା ହୋଇକି କଥା କହେ ।
ସ୍ୱୟଂ ବ୍ରହ୍ମରାଶି ମାନବ ଦେହରେ
ଏପୂଣ୍ୟ ମାଟିରେ ଲୀଳା କରେ
ରାମ କୃଷ୍ଣ, ବୁଦ୍ଧ, ଶଙ୍କର ଚୈତନ୍ୟ
ରୂପେ ବିହରିଲେ ଭାରତରେ ।
ଦେଶ ଜାତିପାଇଁ ପ୍ରାଣ ବଳି ଦେଇ
ରଖିବା ତା ମାନ ଉଚ୍ଚ କରି
ସବୁଠୁଁ ସରସ ଭାରତ ବରଷ
ଯଶ ଗାଉ ସାରା ବସୁନ୍ଧରୀ ।