STORYMIRROR

Jagannath Barik

Inspirational

4  

Jagannath Barik

Inspirational

ଯେଉଁ ଦେଶେ ବହି ଯାଉଛି ଗଙ୍ଗା

ଯେଉଁ ଦେଶେ ବହି ଯାଉଛି ଗଙ୍ଗା

1 min
382


ଯେଉଁ ଦେଶେ ବହି ଯାଉଛି ଗଙ୍ଗା

ଯେ ଦେଶ ଜାତୀୟ ଧ୍ୱଜା ତ୍ରିରଙ୍ଗା 

ଯେ ଦେଶ ଆଦର୍ଶ ରାମ କାହାଣୀ

ଗୀତା ଭାଗବତ ଅମୃତ ବାଣୀ

 ଓଁକାର ଯହିଁ ଝଙ୍କୃତ

ମୁନି ଋଷି କୃତ ସାଧନା ପ୍ରସୂତ ସଂସ୍କୃତି ଚିର ଆଦୃତ |


ନର ଦେହେ ନାରାୟଣ ଦର୍ଶିତ

ନାରୀ ନାରାୟଣୀ ଯହିଁ କଥିତ

ତରୁ ଲତା ପଶୁ ପକ୍ଷୀ ପୂଜିତ

ନଦୀ ଗାଭୀ ଭୂମି ମାତା ବନ୍ଦିତ

ବସୁଧୈବ ପରିବାର

ଯେ ଭୂମି ଆଦର୍ଶ ସେ ଭାରତ ବର୍ଷ ସାରା ଜଗତର ସାର |


ପାବନ ଯା ଶୈଳ ଶିବ ସଦନ

ପାବନ ଯମୁନା କୁଞ୍ଜ କାନନ

ପାବନ ଶ୍ରୀକୃଷ୍ଣ ବେଣୁ ନିସ୍ଵନ

ପାବନ ଯା କୁରୁକ୍ଷେତ୍ର ଅଙ୍ଗନ

ଯହିଁ ସାହା ନାରାୟଣ

ପାବନ ଯାହାର ନୀଳ ପାରାବାର ଶ୍ରୀକ୍ଷେତ୍ରେ ଚକା ନୟନ |


ଯା ନାହିଁ ଭାରତେ ତା ନାହିଁ ମର୍ତ୍ତ୍ୟେ

ଧର୍ମ କର୍ମ ପୁଣ୍ୟ ଭୂମି ଶାଶ୍ଵତେ

ବୁଦ୍ଧ ଗାନ୍ଧୀଙ୍କର ଅହିଂସା ବାଣୀ

ନେତାଜୀ ସୁଭାଷ ବୀରତ୍ୱ ଠାଣି

ଥରାଏ ଅରାତି ହିଆ

ଆଜାଦ ହିନ୍ଦିର ଗର୍ଜନେ ଅଧୀର ବିଦେଶୀ ହେଲେ ଛାନିଆ |


ଜୟ ଯବାନ ଜୟ କିଷାନ ଧ୍ୱନି

ଶାସ୍ତ୍ରୀଙ୍କ ଡାକରେ କମ୍ପେ ଅବନୀ

ଅଟଳ ଯୋଡ଼ିଲେ ଜୟ ବିଜ୍ଞାନ

ମୋଦି ବଢ଼ାଇଲେ ଭାରତ ମାନ

 ବୁଦ୍ଧି ଯାର ବିଚକ୍ଷଣ

ମାନୁଛି ଜଗତ ଭାରତ ଶ୍ରେଷ୍ଠତ୍ୱ ଗୌରବ ପ୍ରତିପାଦନ |


ବିଶ୍ୱ ପ୍ରେମ ମୈତ୍ରୀ ଭାତୃ ଭାବନା

ସତ୍ୟ ଶାନ୍ତି ଦୟା କ୍ଷମା କାମନା

ପୁଣ୍ୟମୟ ବ୍ରତ ପରୋପକାର

ସେବା ତ୍ୟାଗ ଉଦାରତା ଭଣ୍ଡାର

ଶକତି ଆଧ୍ୟାତ୍ମିକତା

ବିଭିନ୍ନତା ତଳେ ଏକତା ନ ଟଳେ ଏଇ ଆମ ବିଚିତ୍ରତା |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational