ଏଇ ଭାରତରେ
ଏଇ ଭାରତରେ


ଏଇ ଭାରତରେ ଆର୍ଯ୍ୟାବରତ୍ତରେ
ଜ୍ଞାନର ଆଲୋକ ଜଳେ
ଜାପାନ ଭୂଖଣ୍ଡୁ ମେକସିକୋ ଯାଏ
ପ୍ରତିଫଳେ ସମୁଜ୍ଜଳେ l 1
ସର୍ବ ପୁରାତନ ଆଦି ସନାତନ
ଦେଶ ରୂପେ ମହୀ ତଳେ
ରାମାୟଣ ମହାଭାରତର ସାକ୍ଷୀ
ଆଧ୍ୟାତ୍ମିକ ଶକ୍ତି ବଳେ l 2
ଏଠି ସେତୁବନ୍ଧ ସମୁଦ୍ର ସଲୀଳେ
ଗଢ଼ା ହୁଏ ଅବହେଳେ
ଦ୍ଵାରକା ନଗରୀ ରମ୍ୟ କୁଶ ସ୍ଥଳି
ବିରାଜେ ସାଗର ତଳେ l 3
ଯହିଁ ହିମଗିରି ଉଦୀଚି ଆବୋରି
ଶୋହେ ଦୂର ଚକ୍ରବାଳେ
କଟିରେ ବିନ୍ଧ୍ୟାଦ୍ରି ଉଭା ନଭ ଭେଦୀ
ମର୍କତ ମଣି ମେଖଳେ। l 4
ପୟରେ ପ
ୟୋଧି ଯା ଚରଣ ବନ୍ଦି
ଲୋଟେ ଉତ୍ତାଳ କଲ୍ଲୋଳେ
ବେନି ପାରୁଶରେ ଅର୍ଣ୍ଣବ ସାଦରେ
ଵିଞ୍ଚଇ ମରୁତ କରେ। l 5
ବୁଦ୍ଧ ଗାନ୍ଧି ଶଙ୍କର ଚୈତନ୍ୟ
ଜନ୍ମ ନେଲେ ଯାର କୋଳେ
ଅହିଂସା ସତ୍ୟର ଅମୀୟ ମନ୍ତର
ପ୍ରଚାରିଲେ ମହୀ ତଳେ l 6
ବିଷ୍ଣୁ ନଖାଶ୍ରିତ ସ୍ଵର୍ଣ୍ଣଦୀ ଆନୀତ
ଭଗୀରଥ ତପ ବଳେ
ଖୋଲିଲେ ସାଗର ସଗର ନୃବର
କୀର୍ତ୍ତି ରଖି ଉର୍ଜ୍ଜସ୍ୱଳେ l 7
ଆମ ଦେଶ ଯଶ ଗାଏ ଇତିହାସ
ଲେଖା ଅମର ଅକ୍ଷରେ
ଥିଲୁ ବିଶ୍ଵଗୁରୁ ଅଛୁ ବିଶ୍ଵଗୁରୁ
ବନ୍ଦିତ ମହୀ ମଣ୍ଡଳେ l 8