ନାସ୍ତିକ
ନାସ୍ତିକ
ସତ୍ୟ ଯୁଗ ଅନ୍ତେ
ତ୍ରେତୟା ସରିଲା
ତହୁଁ ସରିଗଲା ଦ୍ୱାପର
କଳି ଆଗମନେ ସଙ୍କେତ ରହିଲା
ଶହ ଶହ ନାସ୍ତିକ ମନୁଷ୍ୟଙ୍କର
କେହି କାହାକୁ ନ ମାନିବେ, ସଜନୀ!
ପଶୁ ସମ ଆଚରଣ ଦେଖାଇବେ,
ଗୁରୁ ଗୁରୁଜନ ହାରିବେ ସମ୍ମାନ
ଅନ୍ଧଭକ୍ତି ଭାବେ ଭଣ୍ଡ ବାବା ରୂପେ
ନାସ୍ତିକ ଯେ ବଶ ହେବେ।
ଅବିଶ୍ୱାସ କରି ଫିଙ୍ଗି ଦେବେ ପୋଥି
ଯହିଁ ସବୁ ଗୂଢ଼ ଜ୍ଞାନ ଥିବ,
ବ୍ରାହ୍ମଣ ବଚନକୁ ଭାବି କରି ନ୍ୟୁନ
ପାପ କର୍ମେ ଲିପ୍ତ ହେବେ।
ଦେଉଳେ ପୂଜିତ ମନ୍ତ୍ର ପାଠେ ସିଦ୍ଧ
ମୂର୍ତ୍ତିଙ୍କୁ ପାଷାଣ ଭାବି
ଅପୂଜା କରିଣ ତ୍ୟଜ୍ୟ କରି ମନ
ନାସ୍ତିକ ଦଳ ମାତ
ିବେ।
ଧିରେ ଧିରେ କରି କଳିର ଗ୍ରାସରେ ସଭିଏଁ
ଧର୍ମ କର୍ମ ଭୁଲି ଯିବେ,
ଅବଳା ଦୁର୍ବଳା ସଜାଇ ନାରୀଙ୍କୁ
ଅନେକ ଯାତନା ଦେବେ।
ଅଧର୍ମର ବପୁ ସବଳ ହୋଇବ
ଧର୍ମ ଖୋଜିବ ପ୍ରମାଣ
ନାସ୍ତିକ ମାନଙ୍କର ଜୟକାର ହେବ
ଆସ୍ତିକ ଲଭିବେ ଅକଥନୀୟ କଷଣ।
ଏହିପରି ଭାବେ ପ୍ରମାଣ ଦେଖିବ
ବିନାଶ ଅତି ନିକଟେ ତହୁଁ ଜାଣିବ।
କଳିକାଳ ରାଜା ନାସ୍ତିକ ହୋଇବ
ଏ ଭବ ସଂସାରେ ତ୍ରାହି ତ୍ରାହି ଶୁଭୁଥିବ।
କଳି ସଂହାରିବେ କଳ୍କୀ ଅବତାରେ
ଉଦ୍ଧାର ହୋଇବେ ଭକ୍ତଜନ ଭବୁ
ସେଇ ହରି ନାମ ଜପ କରି, ଲୋ ସଜନୀ!
ସେଇ ହରି ନାମ ଜପ କରି।