STORYMIRROR

Subhalaxmi Nayak

Tragedy

3  

Subhalaxmi Nayak

Tragedy

ସ୍ମୃତି ସନ୍ତକ

ସ୍ମୃତି ସନ୍ତକ

1 min
220

ବେଳେବେଳେ ବହୁତ କିଛି କଥା

ରହିଯାଏ ବାକି ହୋଇ,

ଇଚ୍ଛା ଥିଲେ ବି କହି ହୁଏ ନାହିଁ।


ଅକସ୍ମାତ୍ ମନରେ ବିଷାଦର ଛାୟା

ଯେବେ ଆସେ ଆଙ୍କି ହୋଇ,

ସେ ଛାଇର ସଠିକ୍ ଠିକଣା ମିଳେ ନାହିଁ।


କେବେ ଯଦି ତୁମେ ପାଶୋରି ନ ପାରିବ

ସିନ୍ଧୁକ ଭିତରେ ଥିବା ସେଇ 

ସ୍ମୃତିର ସନ୍ତକରେ ଅଳନ୍ଧୁ କି ଲାଗିବ ନାହିଁ !


ହଁ! ଏମିତି ହେବ

ସେ ଗୋଲାପୀ ଲଫାପାକୁ ଖୋଲି

ପୁରୁଣା ଅନାବନା ଭାବନାର

ମାୟାଜାଲରେ ଛନ୍ଦି ହେବି ନାହିଁ

ସେ ପୁରୁଣା ପୃଷ୍ଠା ସବୁକୁ 

ଆଉ ଲେଉଟାଇବି ନାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy