STORYMIRROR

Subhalaxmi Nayak

Tragedy

4  

Subhalaxmi Nayak

Tragedy

କେବେ ଯଦି

କେବେ ଯଦି

1 min
285

କେବେ ଯଦି.

ତୁମ ମନ ଉଆସର

ପ୍ରୀତି ବଗିଚାରେ ପ୍ରେମର ବାସ ଚହଟେ !

ଚକିତ ନ ହୋଇ ଫେରିଯିବ ତୁମେ,

ବିଗତ ଦିନକୁ ଥରେ।


ନୂଆ ନୂଆ ଯେବେ ତୁମେ ଆଉ ମୁଁ,

ମନ ଦିଆନିଆ କରିଥିଲେ

ନୂଆ ନୂଆ ଯେବେ ତୁମେ ଆଉ ମୁଁ,

ପ୍ରେମ ଇଲାକାରେ ରାଜାରାଣୀ ସାଜିଥିଲେ

ନୂଆ ନୂଆ ଯେବେ ତୁମେ ଆଉ ମୁଁ,

ଚାରୋଟି ଆଖିରେ ଗୋଟିଏ ସ୍ୱପ୍ନ ବୁଣିଥିଲେ।

 

ସେଇ ପୁରୁଣା ଡାଏରୀ ପୃଷ୍ଠା ଲେଉଟାଇ

ଥରୁଟିଏ ଅନ୍ତତଃ ଦେବ ମନେ ପକାଇ

ଜାଣିଛି ମୁଁ,

ତୁମର ଜଞ୍ଜାଳ ଜୀବନରେ

ଅନେକ ଝଡ଼ ଥିବ ତୁମକୁ ଘେରି

ତଥାପି ଥରୁଟିଏ କିଛି ମୂହୁର୍ତ୍ତକୁ

ମୋ ପାଇଁ ଦେବ ଉତ୍ସର୍ଗ କରି।


ଗଲା ଶ୍ରାବଣରେ ଲଗାଣ ବେଳାରେ

ତୁମ କଥା ବଖାଣି ଏଇ ଆକାଶ ଆଗରେ

କେତେ ଯେ ଯାତନା ଦେଇଛି ତାକୁ ମୁଁ

ମନେ କୋହ ଧରି କାନ୍ଦୁଥିଲା ଗୁମୁରି ଗୁମୁରି

କିନ୍ତୁ ତୁମ ମନ ପାଷାଣ ହୋଇଲା

ସ୍ୱପ୍ନ ଉଆସର ରଙ୍ଗୀନ୍ କାନ୍ଥକୁ

ଛାଡ଼ି ଗଲ ଯେ ଅଧା ଗଢ଼ା କରି।


ସମୟ ତ ତା' ବାଟର ବାଟୋଇ

ସେ କିଆଁ ରହିବ ମୋ ଭଳି ଅଧମ ପାଇଁ

ଫେରିବାର ବାଟ ପାଖେଇ ଆସୁଛି

ଫେରିବା ଆଗରୁ ଥରୁଟିଏ ଯଦି

ପାରନ୍ତ ନିଜର କରି !

ତମାମ୍ ଚିନ୍ତାକୁ ନିଜ ସାଥେ ନେଇ

ସୁଖ ସମୃଦ୍ଧିର ଉପହାରଟି ତୁମକୁ ଦେଇ

ପାଛୋଟି ଯାଆନ୍ତି ମଶାଣି ମୂଲକେ

ନେପଥ୍ୟ ନାୟକ ହୋଇ.।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy