STORYMIRROR

Subhalaxmi Nayak

Tragedy

3  

Subhalaxmi Nayak

Tragedy

ଲୁହର ସଂଜ୍ଞା

ଲୁହର ସଂଜ୍ଞା

1 min
159

କିଛି ଲୁହ ଓଠ ପିଇ ଯାଏ,

କିଛି ଲୁହ ଖୋଜୁଥାଏ

ଆଖି କୋଣରେ ଠିକଣା,

ଯେଉଁ ଲୁହ ବହି ଯାଏ

ନ ମାନି ମନର କଟକଣା,

ସମାଜ ଠାରୁ ଶୁଣେ ସେହି ଅନେକ ଗଞ୍ଜଣା।

ଦରଦୀ ଜୀବନେ ଲୁହର ଅସ୍ତିତ୍ବ

ପ୍ରକୃତ ନା ଅପ୍ରାକୃତିକ ପ୍ରବଞ୍ଚନା,

ନେପଥ୍ୟରେ ଯାଉ ଯାଉ

ଅକସ୍ମାତ୍ ଭେଟି ଯାଏ କେହି ଆପଣା,

ଅଯାଚିତ ପ୍ରଶ୍ନବାଚୀ ସୃଷ୍ଟି ହେବା ପୂର୍ବରୁ

ଦୋଷୀ ସାବ୍ୟସ୍ତ ହୁଏ ଅଦୃଶ୍ୟ ଧୂଳିକଣା।

ସମୟଚକ୍ରରେ ପାଏ ସେ ଲୁହ 

ବାରମ୍ବାର ଅଲୋଡ଼ା ପ୍ରତାରଣା,

କ୍ଷଣଟିଏ ଆସିଛି ତା'ର ଅଭିଷିକ୍ତା

ଆଖି ଦେଇଛି ଏବେ ପ୍ରବୋଧନା,

ଯେତେ କଷ୍ଟ ହେଉ ପଛେ ରଖିବ ସେ ସାଇତି

କରିବାକୁ ହେବ ନାହିଁ ଲୁହକୁ ଆଉ ବାହାନା।

ରାତି ପାହିବା ପରେ ଦୁନିଆ ଭିଡ଼ରେ

ଜନ୍ମ ନେଇଛି ବେଦରଦୀ କବିଟିଏ,

ଶାଣିତ ଶବ୍ଦରେ ପାଠକେ ଲହୁଲୁହାଣ

ଏତେ ସବୁ ଛକାପଞ୍ଝା ଭିତରେ କିନ୍ତୁ 

ଲୁହ ଆଜି ଅଭିଷିକ୍ତା ପାଇ ନୂତନ ଠିକଣା

ସେ କବିତା ପଢ଼ୁଥିବା ମଣିଷ ଆଖିରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy