STORYMIRROR

Prafulla Das

Tragedy

4  

Prafulla Das

Tragedy

ହାତ

ହାତ

1 min
354


ହାତ ଥାଇ ଯଦି କାମ ନ ମିଳିଲା

ସେ ହାତ ଥାଇ କି ଲାଭ

ଭୋ ଶିକ୍ଷିତେ

ଭିକ୍ଷା ଥାଳ ଗୋଟେ ଧରାଇ ଦେଇକି

ମୁଖେ ଭଜୁଥାଅ ଦଳୀୟ ଗୀତ

ଉଡାଅ ଥା ତାଙ୍କର ନେତ


ଅଳସୁଆ ହୋଇ ଘରେ ଵସିଅଛ

ପଡିଆ ପଡିଛି କ୍ଷେତ

ଟଙ୍କେ ଚାଉଳ କୁ ଅନେଇ ବସିଛାା

କେମିତି ତଣ୍ଟିରେ ଗଳୁଛି ଭାତା

ଏଇ ହାତ ଦିନେ ପାରାଵାର ଡେଇଁ

ଭସାଇ ଦେଇ ତା ପୋତ

ଭରି ଆଣୁଥିଲା ସୁଖ ର ସମୃଦ୍ଧି

ଯଶ ଗୌରବ ଧନ ଦୌଲତ

ଏ ଜାତିର ଖ୍ୟାତି ଏ ଜାତିର କିରତି

ଵଖାଣି କହିବା ବୃଥା

ଭଲ ଭାବେ ଅବଗତ


ଯେତିକି ଥିଲା ସେତିକି ରେ ଆମେ ତୃପ୍ତ

ଆଳୁ ଗୋଟେ ପାଇଁ ପିଆଜ ଟେ ପାଇଁ

କେତେ ଦିନ ଆମେ

ଵଢାଉ ଥିବା ଟି ହାତ

ଗାଁ ଠୁ ସହର ଯାହାକୁ ଦେଖ

ଅତ୍ୟନ୍ତ ସ୍ମାର୍ଟ ସମସ୍ତ ସର୍ବନଜ୍ଞ

ତାଙ୍କୁ ବୁଝାଇ ଵ କିଏ

ସେମାନେ ପରା ହଣ୍ଡେଡ଼ ପରସେଣ୍ଟ ଶିକ୍ଷିତ

ଶିକ୍ଷିତ ବୋଲି ବୋଲାଉଛ ଯେଵେ

ମେଣ୍ଢା ଦଳ ପରି ଗୋଟେ ଆଡ଼େ ମାଡ଼ି

ଶାସନ ପାଇଁ କି କାହିଁକି ରଖୁଛ ମତ

ଗଳି କନ୍ଦି ରେ ଭାରି ଭଡ଼ ଭଡ଼

ରାଜରାସ୍ତାକୁ ଆସ

ଠିକ ଭୁଲ ଵିଚାର କର

କଣ ପାଇଁ ଭୟ ଭୀତ


ଭୋ ଶିକ୍ଷିତେ

ହାତ ରନ୍ଧା ତୁଣ ଭାରି ସୁଆଦିଆ

ମାଗି ଅଣା ତୁଣ ସୁଡୁକେ

ହାତ ମୁଠା କର ଟାଣ

ସମ୍ମାନ ର ସହ ବଂଚିବା ପାଇଁ କି

ଏବେଠାରୁ କର ପଣ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy