STORYMIRROR

Prafulla Das

Tragedy

4  

Prafulla Das

Tragedy

ସୁଡଙ୍ଗ

ସୁଡଙ୍ଗ

1 min
307


   ସୁଡଙ୍ଗ ରେ ସଢୁଥିବା ମଣିଷ ଟେ ତୁ

    ଗୁମ୍ଫାରେ ଗୁମୁରୁ ଥିବା ଜୀଵ ଟେ ତୁ

          ଶ୍ରମିକ

   ଖାଦ୍ୟ  ପାଣି  ପବନ

    ବଞ୍ଚି ଵାର ତିନି ଉପାଦାନ

    ସେତକ ଯୋଗାଇ  ଦେଲେ

     ବଞ୍ଚି ରହିବୁ ତୋ

       ତୋ ଆଗାମୀ ଜୀବନ


 ଆଉ  କଣ ଲୋଡ଼ା  ଯେ ?

    ଆଲୋକ !

 ବିଷ୍ଟୁ ଙ୍କର ତିନି ପାଦ ପରି

  ସ୍ଵର୍ଗ ମର୍ତ୍ତ୍ୟ  ପାତାଳ

  ସତ୍ୟ ଦ୍ୱାପର କଳି କାଳ

     ସେଇଟା ଆମର ଅଧିନ ।


ଯୁଗ ଯୁଗ ଧରି କଳେ ବଳେ କୌଶଳେ

    ରହିବାକୁ ବାଧ୍ୟ

    ଅବହେଳିତ , ନିଷ୍ପେସିତ

      ଅବାଞ୍ଛିତ  

    ଅବରୁଦ୍ଧ ଚେତନା ର ଦ୍ୱାର

   ଯେତେ ଚିତ୍କାର  କଲେବି

 ସଭ୍ୟତାର  ସୁଡ଼ଂଗ ରୁ  ଶୁଭିବନି

  କାହାକୁ  ତୁମ  ସ୍ୱର  ।

 

ତୁ ଭାବୁଚୁ  କି ଡାକ ଶୁଣି ଵେ ଈଶ୍ବର ?

  ସେ ଯାଇଛନ୍ତି  କ୍ରିକେଟ ଦେଖି ବାକୁ

     ନରେନ୍ଦ୍ର ମୋଦି  ଷ୍ଟାଡିୟମ

   ଏ ଦେଶ ପାଇଁ ଏ ଜାତି ପାଇଁ

        ତୁ ଗୁରୁତ୍ୱହୀନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy