Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Das

Classics

4  

Prafulla Das

Classics

ନୂଆ ବର୍ଷ

ନୂଆ ବର୍ଷ

1 min
7



     ମଧ୍ୟ ରାତ୍ରି ଜନ୍ମ କରେ ନୂଆ ବର୍ଷ

     ୧୯୪୭ ବର୍ଷ ପରି

    ଜୁଡୁବୁଡୁ ହୋଇ ରକ୍ତ ଆଉ ଲୁହ

     କିଏ ତାକୁ ମନେ ରଖେ ଯେ ?

     କାଳେ ଥିଲା ତାର

     ଜନ୍ମ ଜାତକ ଦୋଷ ।

  

     ଏବେତ ପୁରାତନ ବର୍ଷ ମାନଙ୍କ

    ପ୍ରେମ ରେ ପଡ଼ିଚି ଦେଶ

     ଇତିହାସ ର ପୃଷ୍ଠା ଉଖାରି ଉଖାରି

      ଖ୍ରୀଷ୍ଟାବ୍ଦ ରୁ ଖ୍ରୀଷ୍ଟପୂର୍ବ  ଯୁଗ ରୁ ଯୁଗ

       ତ୍ରେତୟା ର ଅନ୍ତୁଡିଶାଳ ତାର ଜନ୍ମ ଜାତକ

       ନୂତନ ବର୍ଷ କୁ କେମିତି କରିବା ସୁରକ୍ଷିତ

        ପ୍ରସ୍ତୁତ ହେବ ଏଜେଣ୍ଡା ଇସ୍ତାହାର

        ନବ ବର୍ଷ ର ଉପହାର ।।


    ପୁରୁଣା ବର୍ଷ ର ପ୍ରେତଆତ୍ମା ପହରା ମାରୁଚି

     ଧାରା ୩୭୦ ଉଛେଦ ପରେ

      ଵେଲୁଚିସ୍ତାନ ଗିଲଗିଟ ପି ଓ କେ ରେ

      ଅତୀତ କୁ ଉଲଗ୍ନ କରି ତା ଦେହରୁ

       ଖୋଜୁଚେ ଆମେ କଂଳକିତ ଅଧ୍ୟାୟ

       ନୂଆ ବର୍ଷ ପାଳନ କରିବା ର ଶ୍ରେଷ୍ଠ ଉପାୟ

    

    ନୂଆ ବର୍ଷ କୁ କିଏ ଦେଖେଇ ବ ବାଟ ?

     ଧର୍ମ ନାଁ ରେ  ଜାତି ନାଁ ରେ

     ଯେତେ ଘୃଣା ର ପୁରୁଣା ଘା ରୁ

      ନିଗିଡି ପଡୁଚି  ଉଷୁମ ରାଜନୀତି ର ରକ୍ତ

  

    ପୁରୁଣା ର ବର୍ଷ ର ବାୟୋନେଟ ରେ

     ଝୁଲୁଚି  ଆଜି ବି

     ଧର୍ଷିତ  ଗାଜାପଟି ର ଛାତି

     ଇଉକ୍ରେନ ମାଟି ରେ ଵୋମା ର

      ବିକଳାଙ୍ଗ ଵିବସତାର ତାଣ୍ଡବ

       ସୁପର ପାୱାର ମାନଙ୍କ ମାନସିକ ବିକୃତି ।


     ମଣିପୁର ଉଲଗ୍ନ ରାସ୍ତା 

      କରେ ଆକୁଳ ମିନତି ଆଉ

      ଆମ ନେତା ମାନଙ୍କ ର ନାଟକୀୟ

        ସଂଳାପ  କଣ ଲୁଚାଇ ପାରେ ଲଜ୍ଜା ତାର 

    ଯାହା  ମାଗଣା ମିଳୁଥିବା ଚାଉଳ ଠୁଁ ଵି ଶସ୍ତା ।


     ତେଣେ ଜିରୋ ନାଇଟର ଭୂତକୁ ଅଂଧାର କଣା

      ଝୁଣ୍ଟି ପଡେ ବାରମ୍ବାର

      କାହା ର କୋଳରେ  

       କାହା ର  ଵାହୁରେ

       କାହାର  କଅଁଳ ଛାତି ରେ

       ନୂଆ ବର୍ଷ ନାଚୁଥାଏ ଉଲଂଘ

        ହୋଇ ବାଟ ଵଣା ।।


    ନୂଆ ବର୍ଷ ଫୁଟେଇ ପାରିବ କି ?

     ସ୍ୱାଭିମାନ ର  ଵାରୁଦ ଗଦାରେ ସମୃଦ୍ଧିର ଫୁଲ

      ମରଣ ମୁହାଁ ମହୁଲି ଭାଟିରେ

        ଟିକେ ଗଂଗା ଜଳ

       ଦାଦନ କୁ ତା ମା ମାଟି ର କୋଳ

        ନା  ଭୁଲି ଯିବା ପୁଣି

        ଭୋଟ ର ଭଉଁରି ଭିତରେ

         ଭେଳିକି ଦେଖେଇ ଵେ

         ସେମାନେ ସଂଖ୍ୟାର  ଖେଳ ।



Rate this content
Log in

Similar oriya poem from Classics