Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Abstract Classics Inspirational

4.0  

Prahallad Sahoo

Abstract Classics Inspirational

ପ୍ରାଣୀ ହିତେ ପ୍ରାଣ ସମର୍ପିତ

ପ୍ରାଣୀ ହିତେ ପ୍ରାଣ ସମର୍ପିତ

1 min
200



କିଛି ଆଶା ଓ କିଛି ବିଶ୍ବାସର 

ଆଢୁଆଳେ ବଞ୍ଚିଛି ଏ ଜୀବ 

ନିଜେ ବଞ୍ଚି ଅନ୍ଯକୁ ବଞ୍ଚେଇବାର 

ରଖିଛି ଅନନ୍ଯ ପ୍ରଚେଷ୍ଟାର ଭାବ ।


ଆଶାତୀତ ଅବା ବିଶ୍ବାସ ଠାରୁ ଅଧିକ

କେହି କେବେ କରି ପାରେନା କ୍ଷମା ଓ ଦୟା

ତଥାପି ଚେଷ୍ଟା କରେ ଯେଉଁ ନର ନାରୀ 

ଅନ୍ୟଥା ଯାଏ ନାହିଁ ତା'ର ଚେଷ୍ଟା ।


ଶକ୍ତି, ସାମର୍ଥ୍ୟ, ଧୈର୍ଯ୍ୟ ଓ ଆବେଗତାର ସହିତ 

ଯଦି କରୁଥିବା ଜୀବେ ଦୟା 

ଜୀବର ଇଚ୍ଛା ମୁତାବକ ନହେଉ ପଛେ 

ଈଶ୍ବରଙ୍କ ସୃଷ୍ଟିର ନିଶ୍ଚୟ ଗଣା ହେବା ।


ସୁନ୍ଦର ନମନୀୟ ସେ ଲଳନା ଲାସ୍ଯମୟୀ

ତୃଷ୍ଣା ମେଣ୍ଟାଉଅଛି ତୃଷାର୍ତ୍ତ ହଂସରାଳୀ 

ଯାହାର ହାତୁ କେଇ ବୁନ୍ଦା ଜଳ ପିଇ 

ଅନ୍ଯର ଖୁସିରେ ଖୁସି ହୁଅଇ ଅଲିଅଳି। 


କିଏ ବା ଜାଣିଛି ଏ ଶରୀରେ 

କେବେ କଳଙ୍କ ଲାଗିଯିବ

ଖାଇଯିବେ ଜୀବାଣୁ, ଭୁତାଣୁ 

ଉଇ, ଅସରପା ଭଳି ଅଣୁଜୀବ !


ବେଳ ଥାଉଁ ଯଦି ଆନହିତେ ଦେବା ସମୟ

କେହି ନବୁଝିଲେ ନିଜେ ତ ପାରିବା ବୁଝି

ଖୁସି ବାଣ୍ଟିବାରେ କେତେ ଯେ ଆନନ୍ଦ ଅଛି 

ଦେଖି ରଖି ଫଳ ଦେବେ ଈଶ୍ୱର ନିଶ୍ଚୟ।


ପ୍ରକୃତିରୁ ଜାତ ଆହେ ଆତ୍ମଜ 

ପ୍ରାକୃତିକ ସମ୍ପଦକୁ ସମ୍ଭାଳି ରଖ

ଜୀବଜନ୍ତୁ ବୃକ୍ଷଲତା ଯେତେକ

ସର୍ବ ଚିତ୍ତେ ଦୟା ଭାବ ରଖ ।


ଦେଇଥିଲେ ପାଇ ସାଧୁ ସନ୍ଥଙ୍କ ସତ୍ଯ ବଚନ

ପ୍ରାଣୀ ହିତେ ସମର୍ପିତ କର କିଛି 

ଏ ସଂସାରେ ଲାଗିଛି ମିଛ ମାୟାର ଖେଳ

ଦେବା ନେବାରେ କି ଅବା ଅଛି ।



Rate this content
Log in

Similar oriya poem from Abstract