STORYMIRROR

Prahallad Sahoo

Abstract Classics Inspirational

4  

Prahallad Sahoo

Abstract Classics Inspirational

ଉତ୍କଳୀୟ ନବବର୍ଷ

ଉତ୍କଳୀୟ ନବବର୍ଷ

1 min
207

ବସନ୍ତର ଶେଷ ଗ୍ରୀଷ୍ମର ପ୍ରବେଶ ଆରମ୍ଭିଲା ନବ ବର୍ଷ।  ସୂର୍ଯ୍ୟଦେବ ମେଷରାଶିରେ ପ୍ରବେଶ ଉତ୍ତାପ କରେ ବିମର୍ଶ।।

 ବୈଶାଖ ମାସର ପହିଲା ଦିନରେ  ମହା ବିଷୁବ ସଂକ୍ରାନ୍ତି।  ପବନ ପୁତ୍ର ବୀର ଅଜଂନା ସୁତ  ଅଟଇ ଜନ୍ମ ଜୟନ୍ତୀ।।

 ଦିବାକର କର୍କଟ କ୍ରାନ୍ତି ଗମନେ  ଉତ୍ତରାୟଣ ଯେ ଗତି। ସୂର୍ଯ୍ୟଙ୍କର ବାସ ବିଷୁବ ରେଖାରେ ଦିନ ବିଷୁବ ସଂକ୍ରାନ୍ତି।।

ଶ୍ରୀକ୍ଷେତ୍ରରେ ହୁଏ ପଣା ନୀତିକାନ୍ତି ଗ୍ରାମେ ଗ୍ରାମେ ଝାମୁ ଯାତ। ଆମ ସଂସ୍କୃତିର ଜାତୀୟ ଚେତନା କୋଣେ ଅନୁକୋଣେ କ୍ଷାତ।।

ଦଣ୍ଡନୃତ୍ଯ, ପାଟୁଆ ଯାତରା, ଉଡ଼ା, ଅଗ୍ନି ପରୀକ୍ଷାର ବେଳ। ଗ୍ରାମଦେବତୀଙ୍କ ପୀଠେ ଘୋଡାନାଚ ଢୋଲିଆ କରଇ ଖେଳ।।

ବସୁନ୍ଧରା ଠେକି ଚଉରାରେ ବାନ୍ଧି ମାଆ କରେ ନିବେଦନ।  ଓଡ଼ିଆ ନବବର୍ଷ ଆରମ୍ଭ ହୁଏ ଓଡ଼ିଶାର ସ୍ବାଭିମାନ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract