STORYMIRROR

Prahallad Sahoo

Abstract Classics Inspirational

4  

Prahallad Sahoo

Abstract Classics Inspirational

ବାପୁଜୀ

ବାପୁଜୀ

1 min
5


🏵️🪔🏵️🪔🏵️🪔🏵️🪔🏵️

(ରାଗ : ପୋଇ ବା ଗୌରୀ)

💐🇮🇳💐🇮🇳💐🇮🇳💐🇮🇳 

ବାପୁ 

ତୁମେ ସଂଗ୍ରାମର, ସ୍ବରବର୍ଣ୍ଣାକ୍ଷର 

ଝଡର ଝଙ୍କାର, ଋଦ୍ଧିମନ୍ତ ।

ତୁମେ ସତ୍ଯନିଷ୍ଠ, କ୍ଷମା ପାରାବାର 

ମାଟିର ପୁରୁଷ, ସିଦ୍ଧିବନ୍ତ  ।। 


ଫେରିଥିଲ ତୁମେ, ଓକିଲାତି ଶିଖି

ଇଂରେଜର ଦେଶ, ଇଂଲଣ୍ଡ ରୁ । 

ସାଉଥ ଆଫ୍ରିକାରେ ଅଭ୍ଯାସ କରି 

ଜିତିଲ ଇଂରେଜ, କବଳରୁ ।। 


ଭୁଲିନାହିଁ ଦେଶ, ସେ ମାନବ ବାଦ 

ଯାହାଲାଗି ତୁମେ, ଚିରଞ୍ଜୀଵୀ ।

ଏବେବି ଦିଶୁଛି, ସେ କର୍ତ୍ତବ୍ୟବୋଧ 

ତୁମ ସହିଷ୍ଣୁତା, ନିତିକାନ୍ତି ।। 


କଳାଗୋରା ଭାବ, ମନରେ କଟାକ୍ଷ 

ଟାଣିଦେଲା ରେଖା, ସେହିଦିନ ।

ଯେଉଁଦିନ ତୁମେ, ଲଜ୍ଜିତ ହେଲ ଯେ 

ଟ୍ରେନରେ ଭର୍ସିଲେ, ଗୋରା ଜନ ।।


ତୁମେ କ୍ରାନ୍ତିକାରୀ, ସଂଘର୍ଷର ସ୍ରୋତ 

ପାଇଅଛ କେତେ, ପ୍ରତାରଣା ।

ଲଙ୍ଗଳା ଫକୀର, ନାମେ ଗଣା ହେଲ

ତଥାପି ହୋଇନ, ବାଟବଣା ।। 


ପ୍ରାର୍ଥନା ସଭାରେ, ଭକ୍ତି ଜ୍ଞାନ ଭରେ

ଭଜୁଥିଲ ପ୍ରଭୁ ନାମ ଚିତ୍ତେ ।

ହାୟ ରାମ୍ କହି, ଟଳିଗଲ ସେଠି 

ନାଥୁରାମ ଗଡସେ ଗୁଳରେ ।।


ସେହି ଦିନ ଠାରୁ, କ୍ରୋଧେ ଲଢେ ଭୀରୁ

ଭୁଲି ଗଣତନ୍ତ୍ର, ଦେଶ ପ୍ରୀତି ।

ସବୁଆଡେ ଖାଲି, ହତ୍ଯା ଚୋରି ନାରୀ

ନାହିଁ ଏଠି ଆଉ, ସେ ସଂଘତି ।। 


ଧନ୍ଯ ଧନ୍ଯ ବାପୁ, ମହାତ୍ମା ସ୍ୱୟଂଭୁ 

ହେ ଜାତୀୟ ପିତା, ପୂଣ୍ଯ ଆତ୍ମା ।

ସ୍ବର୍ଗେ ଥାଇ ଦିଅ, ଆଶିଷ ଆମ୍ଭଙ୍କୁ 

ଉଡୁ ଏଠି ସତ୍ଯ, ଶାନ୍ତି ଧ୍ବଜା ।।



Rate this content
Log in

Similar oriya poem from Abstract