STORYMIRROR

Prahallad Sahoo

Abstract Classics Inspirational

4  

Prahallad Sahoo

Abstract Classics Inspirational

ଆନ୍ତର୍ଜାତୀୟ ମାତୃଭାଷା ଦିବସ

ଆନ୍ତର୍ଜାତୀୟ ମାତୃଭାଷା ଦିବସ

1 min
11


✍️ଅ✍️ ଆ✍️ ଇ✍️ ..... ✍️କ✍️ଖ✍️ଗ✍️ .....

 ମାତୃଭୂମୀ ମାତୃଭାଷାର ମହତ  ରଖିବା ନେଇ ସପଥ।  ଭୁଲିଯିବା ପଛେ ନିଜ ଜୀବନକୁ ଭୁଲିବାନି ଓଡିଆତ୍ବ ।।

ଯେଉଁ ମାଆକୋଳେ ଜନମିଛେ ଆମେ ସେହି ଆମ ମାତୃଭୂମୀ। ସାତ ଜନମରେ ସୁଝି ପାରିବାନି ତା ଋଣ ଜୀବନ ବ୍ୟାପି।।

 ଆମ ଅସ୍ମିତା ଆମ ଓଡ଼ିଆ ଭାଷା ଆଜନ୍ମ ଜୀବନ ସାଥି। କାହିଁକି ଯେ ଆନ ଭାଷା ଆପଣେଇ ମୋ ମାଆକୁ ଭୁଲିଯିବି!?

 ଭାଷା ଭିତ୍ତିକ ପ୍ରଥମ ରାଇଜ ଯେ ଆମ ଓଡ଼ିଶାର ମହତ। ଓଡ଼ିଆ ବୋଲିବା ଓଡ଼ିଆ ଲେଖିବା ଗାଇବା ଓଡ଼ିଆ ଗୀତ।।

 କେଉଁ ଲାଭ ନେଇ ଆନ ଭାଷା ଶିଖି ଓଡ଼ିଆରେ ମା' ଡାକିବି! ଗଲା ଆଇଲା ବେଳେ ମୋ ଭାଷା ମୁହେଁ ଧରି ପ୍ରଭୁ ଭଜୁଥିବି।।

 ଆସ ଆମେ ମିଳି ଆମ ଅସ୍ମିତାର  କରିଯିବା ଜୟକାର।
ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ ପ୍ରୀତି ସଦା ହେଉ ଶ୍ରେୟସ୍କର।।

 ✍️✍️✍️✍️


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract