STORYMIRROR

Prafulla Das

Inspirational

3  

Prafulla Das

Inspirational

ପ୍ରତିଶ୍ରୁତି

ପ୍ରତିଶ୍ରୁତି

1 min
207


 ପ୍ରତିଶ୍ରୁତି ଫମ୍ପା ଆବାଜ

 ଏକ  ଶବ୍ଦ ର

 ଯିଏ ପାଦେ ପାଦେ ପଥ ହୁଡେ ପ୍ରତିଥର

 ନା ଅଛି ରୂପ

 ନା ଅଛି ଆକାର

ଯାହା ଆପଣଙ୍କୁ  ମିଳିଥିଲା

 ଦୁଇ ହଜାର ଉଣେଇଶ ରେ

 ଦୁଇ ହଜାର  ଚଉଦ ରେ

 ତା  ପୂର୍ବ  ରୁ

 ତା ପୂର୍ବ ରୁ

 ଯେବେ ଠୁଁ  ମିଳିଛି  

  ସାବ୍ୟସ୍ତ  ହୋଇପାରୁ ନଥିବା  ଅଧିକାର ।।


 ପ୍ରତିଶ୍ରୁତି  ଦେବା  ଏକ ତରିକା

 ସେଥିରେ ସେମାନେ ଧୁରନ୍ଧର

  ପାଟି  ଖୋଲି  ଚିତ୍କାର

  ପ୍ରକମ୍ପିତ  ହୁଏ  ଲାଲକିଲ୍ଲା

   ଏକ  ନିର୍ଦ୍ଦିଷ୍ଟ  ଦିନ ରେ

  ଵେଳେଵେଳେ  ସଦନରେ ସଂସଦରେ

   ପ୍ରାୟୋଜିତ  ଟି ଭି  ଚାନେଲ ରେ

    ଆଉ  ସବୁବେଳେ  ।।


 ପ୍ରତିଶ୍ରୁତି  ପ୍ରେମ ରେ ପଡ଼ି ଥିବା

  ମଣିଷ ପଚାରୁଛି

  କେବେ କିଏ କଣ ?

  ପ୍ରତାରଣା ର ଅନ୍ୟ ନାମ

  ତୁମ  ଅସହାୟତାର , ଅନ୍ଧ ଆଶ୍ୱାସନା

   ଯାହା  ପାଣି ର  ଗାର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational