STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ଦାସକାଠିଆ

ଦାସକାଠିଆ

1 min
390

ଓଡିଆ ଲୋକ ସଂସ୍କୃତି

ଦୁର୍ଲ୍ଲଭ ରଚନା ଚିତ୍ର ଗୀତି ମୁଗ୍ଧ

କରିଛି ଊତ୍କଳ ମାଟି ।।


ସଭାରେ ପଣ୍ଡିତ ନୃତ୍ୟ ରଙ୍ଗେ ଗୀତ

ପଥ ଧାରେ ଗାଏ ପାନ୍ଥ

ଏ ଆମ ସଂଗୀତ ଆମରି ସଂସ୍କୃତି

ଦେଖାଏ ଜାତୀୟ ପଥ

ଆଜି ଲୁପ୍ତ ସେହି ଅନନ୍ୟ ଗୌରବ

ପୂରୁବର ଇତିବୃତ୍ତି, ଓଡିଆ ଲୋକ ସଂସ୍କୃତି...।।


ତନ୍ମଧ୍ୟରେ ଏକ ଲୁପ୍ତ ସାଂସ୍କୃତିକ

ମନୋରଞ୍ଜନ କାରି

ସାହିତ୍ୟ ସଂସ୍କୃତ ସମାହାରେ ହୁଏ

ଶୁଣି ମନ ଯାଏ ଭରି

“ଦାସକାଠିଆ” ରେ ବାଣୀ ଆରାଧନା

(କହେ) ସମାଜ ନୀତି ଅନୀତି, ଓଡିଆ ଲୋକ ସଂସ୍କୃତି...।।


ରାମାୟଣ ମହାଭାରତ ଚରିତ୍ର 

ରୁକ୍ମିଣୀଙ୍କ ପରିଣୟ

କୁମାର ସମ୍ଭବ ନୈଷଧ କାବ୍ୟର

ସମାଜିକ ଛବି ଚୟ

କବି କଥାକାର କଥା ବଖାଣଇ

କହଇ କବିତ୍ତ୍ଵ କୃତ୍ତି, ଓଡିଆ ଲୋକ ସଂସ୍କୃତି...।।


ଗାୟକ ବାୟକ ତିନିହଳ କାଠି

ଅମୀୟ ନାଦର ରୋଳେ

ପଞ୍ଚମ ସ୍ଵର ରେ ଛାନ୍ଦ ଚମ୍ପୂ ଗୀତ 

ଉପମାଳଂକାର ଛଳେ

ବୁଝାଇ କୁହନ୍ତି ମନ ମୋହୁ ଥାନ୍ତି

କଟିଯାଏ କେତେ ରାତି, ଓଡିଆ ଲୋକସଂସ୍କୃତି...।।


ଉପଦେଶ ଛଳେ ଢଗ ଢମାଳିରେ 

ମନକୁ ନିଅଇ ବାନ୍ଧି

ପୁରାତନ କାବ୍ୟ କବିତା ଛନ୍ଦରେ

କୁହନ୍ତି ମନରୁ ଫାନ୍ଦି

ଅଦ୍ଭୁତ ଏକକ ଅନୁପମ କଳା 

 ଉତ୍କଳୀୟ ଭାଷା କୀର୍ତ୍ତି, ଓଡିଆ ଲୋକ ସଂସ୍କୃତି...।।


କଳିଙ୍ଗର “କଳା କଉଶଳ” ଜାତି 

ଲୋକ ସାଂସ୍କୃତିକ ଛବି

ଦାସକାଠିଆ ଯେ ମନୋରଞ୍ଜନର

ଅନ୍ୟ ଏକ ନବ ରବି

ସାହିତ୍ୟ ଆକାଶେ ଉଜ୍ଜ୍ଵଳ ଭାସ୍ଵର

ପୂର୍ବ ପୁରୁଷଙ୍କ କୃତ୍ତି, ଓଡିଆ ଲୋକ ସଂସ୍କୃତି...।।


ଗାୟକ ଗାଇଲେ ଶେଷରେ ପାଳିଆ

ରାମ ହରି ଘୋଷା ଗାଇ

ଅଛିଣ୍ଡା ପଦକୁ ସଜାଇ ରୁଚିରେ

ଶ୍ରୋତା ମନ ନିଏ ମୋହି

ଦୁଇ କଳାକାର ଦାସକାଠି କାଠେ

ବାଜା ବାଇ ଗାଉ ଥାନ୍ତି, ଓଡିଆ ଲୋକ ସଂସ୍କୃତି...।।


ଅବକ୍ଷୟ ପଥେ ଏ ଉତ୍କୃଷ୍ଟ କଳା

ସାହିତ୍ୟ ଝରଣ ସ୍ରୋତ

ଆଧୁନିକତାର ଛଳନା ବନ୍ଧନେ

ସମାଜ ସ୍ଖଳିତ “ପଥ

ଧାରେ” ହଜି ଯାଏ ମହାନ ସଂସ୍କୃତି

ମୋ ସାହିତ୍ୟ କଳା କୃତ୍ତି, ଓଡିଆ ଲୋକ ସଂସ୍କୃତି...।।


ପାଲା ସଙ୍ଗେ ଦାସକାଠିଆ ଆମର

ଧର୍ମ ସଂସ୍କୃତିର ଉତ୍ସ

ଓଡିଆ ଭାଷାର ଭାରତୀ ବନ୍ଦନା

ଜାତୀୟ ଶୃଂଖଳା ସ୍ରୋତ

ମହନୀୟ ଚିତ୍ର ଚରିତ୍ରରେ ବନ୍ଧା

ମା ଉତ୍କଳ *ମହିଷ୍ମତୀ, ଓଡିଆ ଲୋକ ସଂସ୍କୃତି...।।

(*ମହୀଷ୍ମତୀ-ମହୀୟସୀ)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational